କନକବ୍ୟୁରୋ: ଦିଲ୍ଲୀ କ୍ୟାପିଟାଲ୍ସକୁ ବଡ଼ ଝଟକା । ଦଳର କ୍ୟାପଟେନ୍ ରିଷଭ ପନ୍ତ ଚଳିତ ଆଇପିଏଲର ଗୋଟିଏ ମ୍ୟାଚରୁ ସସପେଣ୍ଡ ହୋଇଛନ୍ତି । ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚରେ ସ୍ଲୋ ବୋଲିଂ କାରଣରୁ ତାଙ୍କ ଉପରେ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଏହା ସହ ରିଷଭ ପନ୍ତଙ୍କ ଉପରେ ୩୦ ଲକ୍ଷ ଟଙ୍କାର ଜୋରିମାନା ମଧ୍ୟ ଲାଗିଛି । ସୂଚନା ଅନୁଯାୟୀ, ଆଇପିଏଲ୍ କୋଡ୍ ଅଫ୍ କଣ୍ଡକ୍ଟ ର ଉଲ୍ଲଙ୍ଘନ କରିଛନ୍ତି ରିଷଭ ।
ରାଜସ୍ଥାନ ବିପକ୍ଷ ମ୍ୟାଚରେ ବୋଲିଂ କରିବାକୁ ନିର୍ଦ୍ଧାରିତ ସମୟଠାରୁ ଅଧିକ ସମୟ ନେଇଥିଲା ଦିଲ୍ଲୀ । ଚଳିତ ସିଜିନରେ ତୃତୀୟ ଥର ପାଇଁ ସ୍ଲୋ ବୋଲିଂ କରିଥିଲା ଦିଲ୍ଲୀ । ଯେଉଁଥିପାଇଁ ଦଳର ଅଧିନାୟକଙ୍କ ଉପରେ ନିଆଯାଇଛି ଆକ୍ସନ । ବର୍ତମାନ ଦିଲ୍ଲୀ କ୍ୟାପିଟାଲ୍ସ ପଏଂଟ ଟେବୁଲର ପଂଚମ ସ୍ଥାନରେ ରହିଥିବା ବେଳେ ଦମଦାର ଫର୍ମରେ ଥିବା ରିଷଭ ଗୋଟିଏ ମ୍ୟାଚରୁ ସସପେଣ୍ଡ ହେବା ଦଳ ପାଇଁ ବଡ ଝଟକା ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/05/37-4.jpg)