କନକ ବ୍ୟୁରୋ : ଛୋଟ ସହରରେ ବଡ ବେଟିଙ୍ଗ । ସ୍ୱତନ୍ତ୍ର ଆପ୍ ଯୋଗେ ବାହାର ରାଜ୍ୟରୁ ଅପରେଟ ହେଉଥିଲା ଅନଲାଇନ ବେଟିଙ୍ଗ । ଶୁକ୍ରବାର ଆଇପିଏଲ ଫାଇନାଲ ମ୍ୟାଚ ସମୟରେ କୋଟି କୋଟି ଟଙ୍କାର ଅନଲାଇନ୍ ବେଟିଙ୍ଗ ଚାଲୁଥିବା ଖବର ପାଇ ମାଲକାନଗିରି ସହରର ବିଭିନ୍ନ ସ୍ଥାନରେ ଚାଢାଉ କରି ୪ ବୁକିଙ୍କୁ ଗିରଫ କରିଥିଲା ମାଲକାନଗିରି ପୁଲିସ ।
ଆଉ ସେମାନଙ୍କ ନିକଟରୁ ନଗଦ ୯ ଲକ୍ଷ ଏବଂ ବ୍ୟାଙ୍କ ଆକାଉଂଟରେ ଥିବା ୧୮ ଲକ୍ଷ ଟଙ୍କା ଜବତ କରିଥିଲା ପୋଲିସ । ଫ୍ରିଡମ ଆପ୍ ଓ ରାଧେ ଆପ୍ ମାଧ୍ୟମରେ ଏହି ବୁକି ମାନେ ଗ୍ରାହକଙ୍କୁ ସ୍ୱତନ୍ତ୍ର କୋର୍ଡ ଏବଂ ପାସୱାର୍ଡ ଦେଉଥିଲେ । ଆଉ ଅନଲାଇନ୍ ମାଧ୍ୟମରେ ରାଜ୍ୟ ତଥା ରାଜ୍ୟ ବାହାରୁ ହେଉଥିଲା କୋଟି କୋଟି ଟଙ୍କାର କାରବାର । ଗିରଫ ୪ଜଣଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ବେଳେ ଛତିଶଗଡରେ ଥିବା ମାଷ୍ଟରମାଇଣ୍ଡକୁ ଧରିବାକୁ ଜାଲ ବିଛାଇଛି ମାଲାକନଗିରି ପୁଲିସ ।
ଛୋଟ ସହରରେ ବଡ ବେଟିଙ୍ଗ । ଆଇପିଏଲ ଫାଇନାଲ ମ୍ୟାଚ ବେଳେ ମାଲକାନଗିରିରେ ଚାଲିଥିଲା ସଟ୍ଟା ଖେଳ
/kanak/media/post_attachments/wp-content/uploads/2021/10/Screen-Shot-2021-10-17-at-7.53.29-AM.png)