୧୮ ଟଙ୍କା ମାଗି ୧୧,୫୧୮ ଟଙ୍କା ଜରିମାନା ଦେଲା ବିଗ୍ ବଜାର । ହେଲେ କାହିଁକି, ଜାଣନ୍ତୁ ପୂରା ଘଟଣା ।

Advertisment
୧୮ ଟଙ୍କା ମାଗି ୧୧,୫୧୮ ଟଙ୍କା ଜରିମାନା ଦେଲା ବିଗ୍ ବଜାର । ହେଲେ କାହିଁକି, ଜାଣନ୍ତୁ ପୂରା ଘଟଣା ।

କନକ ବ୍ୟୁରୋ : ଚଣ୍ଡିଗଡ ଉପଭୋକ୍ତା ମଞ୍ଚ ପକ୍ଷରୁ ଫ୍ୟୁଚର ଗ୍ରୁପର ‘ ବିଗ ବଜାର’କୁ ୧୧,୫୧୮ ଟଙ୍କା ଜରିମାନା କରାଯାଇଛି । ଜଣେ ଗ୍ରାହକଙ୍କୁ ସାମଗ୍ରୀ ପୂରାଇ ନେବାକୁ ଏକ ବ୍ୟାଗ୍ ପାଇଁ ୧୮ ଟଙ୍କା ଦାବି କରିବା ନେଇ କମ୍ପାନି ନାଁରେ ଅଭିଯୋଗ ହୋଇଥିଲା । ଏହି ମାମଲାର ତଦନ୍ତ କରି ଉପଭୋକ୍ତା ମଞ୍ଚ ବିଗ୍ ବଜାର ଉପରେ ୧୧,୫୧୮ ଟଙ୍କାର ଜରିମାନା ଲାଗୁ କରିଛି ।

ରିପୋର୍ଟ ଅନୁଯାୟୀ, ପଞ୍ଚକୁଲାର ବାସିନ୍ଦା ସୌରଭ କୁମାରଙ୍କୁ ‘ବିଗ୍‌ ବଜାର’ ଜିନିଷ କିଣିବା ପରେ ବ୍ୟାଗ୍‌ ପାଇଁ ୧୮ ଟଙ୍କା ମାଗିବାରୁ ସେ ଉପଭୋକ୍ତା ମଞ୍ଚରେ ଅଭିଯୋଗ ଆଣିଥିଲେ। ସୌରଭ କହିଛନ୍ତି ‘ଫେବ୍ରୁଆରି ୨୧ ତାରିଖରେ ସେ ଜିନିଷ କିଣିବା ପାଇଁ ‘ବିଗ୍‌ ବଜାର’କୁ ଯାଇଥିଲେ। କ୍ୟାସ୍‌ କାଉଣ୍ଟରରେ ତାଙ୍କୁ କ୍ୟାରି ବ୍ୟାଗ୍‌ ପାଇଁ ଅତିରିକ୍ତ ୧୮ ଟଙ୍କା ଦେବାକୁ କୁହାଯାଇ ଥିଲା। ସେ ମନା କରିଥିଲେ ବି ତାଙ୍କୁ ୧୮ ଟଙ୍କା ଦେବା ପାଇଁ ବାଧ୍ୟ କରାଯାଇ ଥିଲା।

ଏହି ମାମଲାର ବିଚାର କରାଯାଇ ରାଜ୍ୟ ଉପଭୋକ୍ତା ବିବାଦ ନିବାରଣ ପକ୍ଷରୁ କମ୍ପାନି ଉପରେ ୧୧,୫୧୮ ଟଙ୍କା ଜରିମାନା କରାଯିବା ସହ ସାଧାରଣ ଲୋକଙ୍କୁ ଠକି ‘ବିଗ୍‌ ବଜାର’ ପରି ଏକ ବଡ଼ ସଂସ୍ଥା ନୀଚ ସେବା ପ୍ରଦାନ କରୁଛି ବୋଲି କୁହାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe