କରୋନା ସମ୍ପର୍କରେ ଆସିଲା ଭଲ ଖବର । ରାଜ୍ୟରେ ଚିହ୍ନଟ ହୋଇନାହିଁ କୌଣସି ନୂଆ ଭାରିଆଣ୍ଟ ।

317

କନକ ବ୍ୟୁରୋ : ରାଜ୍ୟରେ କରୋନା ସଂକ୍ରମଣ କମୁଥିବା ବେଳେ ଆଉ ଏକ ଆଶ୍ୱସ୍ତିକର ତଥ୍ୟ ସାମ୍ନାକୁ ଆସିଛି । ଓଡ଼ିଶାରେ କୌଣସି ନୂଆ ଭାରିଏଂଟ ଚିହ୍ନଟ ହୋଇନାହିଁ । ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ଯେ, ଯଦି କୋଭିଡ ଭାରିଏଂଟ ପରିବର୍ତନ କରେ ତାହେଲେ ବିପଦ ଆସିବ, ହେଲେ ରାଜ୍ୟରେ ଏବେ ସେପରି କିଛି ତଥ୍ୟ ସାମ୍ନାକୁ ଆସି ନାହିଁ । ସେପଟେ ରାଜ୍ୟର ହସ୍ପିଟାଲ ମାନଙ୍କରେ ରୋଗୀ ସଂଖ୍ୟା କମିବା ସହ ଆକ୍ରାନ୍ତଙ୍କ ମୃତ୍ୟୁ ହାର ମଧ୍ୟ ତଳମୁହାଁ ହୋଇଛି ।

କରୋନା ସମ୍ପର୍କରେ ଆସିଲା ଭଲ ଖବର । ରାଜ୍ୟରେ ଚିହ୍ନଟ ହୋଇ ନାହିଁ କୌଣସି ନୂଆ ଭାରିଏଂଟ । ରାଜ୍ୟରେ କରୋନା ସଂକ୍ରମଣ କମୁଥିବା ବେଳେ କଟକଣାକୁ ପର୍ଯ୍ୟାୟ କ୍ରମେ କୋହଳ କରୁଛନ୍ତି ରାଜ୍ୟ ସରକାର । ଏହା ଭିତରେ ଆଉ ଏକ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି । ଓଡ଼ିଶାରେ କୌଣସି ନୂଆ ଭାରିଏଂଟ ଚିହ୍ନଟ ହୋଇନାହିଁ । ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ଯେ, ଯଦି କୋଭିଡ ଭାରିଏଂଟ ପରିବର୍ତନ କରେ ତାହେଲେ ବିପଦ ଆସିବ, ହେଲେ ରାଜ୍ୟରେ ଏବେ ସେପରି କିଛି ତଥ୍ୟ ସାମ୍ନାକୁ ଆସି ନାହିଁ ।

ଡାକ୍ତରଖାନାରେ କମୁଛି ରୋଗୀ ସଂଖ୍ୟା । ତଳମୁହାଁ କରୋନା ମୃତ୍ୟୁହାର । ରାଜ୍ୟରେ ସଂକ୍ରମଣ କମୁଥିବା ବେଳେ ଏହାର ଭଲ ପ୍ରଭାବ ହସ୍ପିଟାଲରେ ରୋଗୀ ସଂଖ୍ୟା ଉପରେ ପଡ଼ିଛି । ରାଜ୍ୟର ହସ୍ପିଟାଲ ମାନଙ୍କରେ ରୋଗୀ ସଂଖ୍ୟା କମିବା ସହ ଆକ୍ରାନ୍ତଙ୍କ ମୃତ୍ୟୁ ହାର ମଧ୍ୟ କମୁଥିବା କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ତେବେ ସୁନ୍ଦରଗଡ଼ରେ ସ୍କୁଲ ଛାତ୍ର ସଂକ୍ରମିତ ଚିହ୍ନଟ ହେବା ପ୍ରସଙ୍ଗରେ ସେ କହିଛନ୍ତି ଯେ, ସ୍କୁଲ ଖୋଲିବା ଆବଶ୍ୟକ । ଯାହାର ଲକ୍ଷଣ ରହୁଛି, ସେ ସ୍କୁଲ ନ ଆସନ୍ତୁ । ମାସ୍କ, ସାମାଜିକ ଦୂରତା ପରି କୋଭିଡ ଗାଇଡଲାଇନ ପାଳନ କରିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି ।