କରୋନା ମୁକାବିଲା : ସାମ୍ବାଦିକଙ୍କ ପାଇଁ ରାଜ୍ୟ ସରକାରଙ୍କ ବଡ ଘୋଷଣା, କରୋନାରେ ମୃତ୍ୟୁ ହେଲେ ପରିବାରକୁ ମିଳିବ ୧୫ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ।

741

କନକ ବ୍ୟୁରୋ : କରୋନା ଯୋଦ୍ଧାଙ୍କ ପାଇଁ ସରକାର ଗୋଟିଏ ପରେ ଗୋଟିଏ ବଡ ଘୋଷଣା କରୁଥିବା ବେଳେ ଏହି ତାଲିକାରେ ଯୋଡି ସାମ୍ବାଦିକ ଯୋଡି ହୋଇଛନ୍ତି । ସାମ୍ବାଦିକଙ୍କ ପାଇଁ ରାଜ୍ୟ ସରକାର ଏକ ବଡ ଘୋଷଣା କରିଛନ୍ତି । କରୋନାରେ ସାମ୍ବାଦିକଙ୍କ ମୃତ୍ୟୁ ହେଲେ ମିଳିବ ୧୫ ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତା ରାଶି । ସାରା ବିଶ୍ୱ ଏବ କରୋନା ସହ ଲଢେଇ କରୁଛି । ଆଉ ଏହି ଯୁଦ୍ଧରେ ଡାକ୍ତର, ପୁଲିସଙ୍କ ଭଳି ସାମ୍ବାଦିକ ମଧ୍ୟ ଜଣେ ଜଣେ ଯୋଦ୍ଧା ସାଜିଛନ୍ତି । ପ୍ରତି ମୂହୁର୍ତରେ ଲୋକଙ୍କ ପାଖରେ କରୋନା ସଂପର୍କିତ ଖବର ପହଞ୍ଚାଉଛନ୍ତି । ଏଭଳି ସ୍ଥିତିରେ ସାମ୍ବାଦିକଙ୍କ ସୁରକ୍ଷା ଉପରେ ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ସରକାର ।

ଏହାପୂର୍ବରୁ କରୋନା ଯୁଦ୍ଧର ଫ୍ରଣ୍ଟଲାଇନ ଯୋଦ୍ଧା କୁହାଯାଉଥିବା ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ବଡ ଘୋଷଣା କରିଥିଲେ ରାଜ୍ୟ ସରକାର । କରୋନାରେ ମୃତ୍ୟୁ ହେଲେ ଏହି ଫ୍ରଣ୍ଟଲାଇନ ଯୋଦ୍ଧାଙ୍କ ପରିବାରକୁ ଅନୁକମ୍ପାମୂଳକ ସହାୟତା ରାଶି ଦେବାକୁ ଘୋଷଣା କରିଥିଲେ ସରକାର ।