ପୁରୀ ଓ ଯାଜପୁର ପାଇଁ ବଡ ଘୋଷଣା । ପୁରୀ ସରକାରୀ ହସ୍ପିଟାଲର ବଦଳିବ ରୂପରେଖ । ସେପଟେ ଯାଜପୁରରେ ୫୦୦ ଶର୍ଯ୍ୟା ବିଶିଷ୍ଟ ହସ୍ପିଟାଲ ନିର୍ମାଣ କରିବାକୁ ନିଷ୍ପତ୍ତି

316

କନକ ବ୍ୟୁରୋ : ପୁରୀ ଓ ଯାଜପୁର ପାଇଁ ବଡ ଘୋଷଣା । ପୁରୀ ସରକାରୀ ହସ୍ପିଟାଲର ବଦଳିବ ରୂପରେଖ । ୬୫୦ ଶର୍ଯ୍ୟା ବିଶିଷ୍ଟ ଅଧ୍ୟାପନା ଡାକ୍ତରଖାନା ପ୍ରସ୍ତୁତି ପାଇଁ ନିଷ୍ପତ୍ତି । ଏହି କାମକୁ ୩ ବର୍ଷ ମଧ୍ୟରେ ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଏଥିପାଇଁ ୨୨୪ କୋଟି ଟଙ୍କାର ଆକଳନ । ସେହିପରି ଯାଜପୁରରେ ମଧ୍ୟ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ନିଆଯାଇଛି । ୫୦୦ ଶର୍ଯ୍ୟା ବିଶିଷ୍ଟ ହସ୍ପିଟାଲ ନିର୍ମାଣ କରିବାକୁ ନିଷ୍ପତ୍ତି ହୋଇଛି ।

ଏହାସହ ୧୦୦ ସିଟ୍ ବିଶିଷ୍ଟ ଭେଷଜ ମହାବିଦ୍ୟାଳୟ ମଧ୍ୟ ପ୍ରତିଷ୍ଠା ହେବ । ଏଥିପାଇଁ ୪୨୬ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି । ଏହି କାମ ୩ ବର୍ଷ ମଧ୍ୟରେ ସରିବ । ଏନେଇ ଆଜି କ୍ୟାବିନେଟ ବୈଠକରେ ନିଷ୍ପତ୍ତି ହୋଇଛି ।

ରାଜ୍ୟ କ୍ୟାବିନେଟ୍ ବୈଠକରେ ଆଜି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶକୁ ମଧ୍ୟ ମିଳିଛି କ୍ୟାବିନେଟର ମଞ୍ଜୁରୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍ ବୈଠକରେ ଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶକୁ ମଞ୍ଜୁରୀ ମିଳିଛି । ତେବେ ଏକ କମିଟି ଉପରେ ନ୍ୟସ୍ତ କରାଯାଇଛି ଲିଙ୍ଗରାଜ ମନ୍ଦିର ପରିଚାଳନା ଦାୟିତ୍ୱ । ଲିଙ୍ଗରାଜ ମନ୍ଦିର ଓ ଏହାର ସମ୍ପତ୍ତିର ପରିଚାଳନା ଏହି କମିଟି ବୁଝିବ । ମନ୍ଦିର କାର୍ୟ୍ୟର ଉତ୍ତମ ଓ ସଠିକ୍ ପରିଚାଳନା ପାଇଁ ନିଷ୍ପତ୍ତି ନିଆଯାଇଛି ।