ଦାରିଦ୍ର୍ୟ ସୀମାରେଖା ତଳେ ଥିବା ପ୍ଲାଜମା ଡୋନରଙ୍କ ପାଇଁ ‘ଲାଲଚାନ୍ଦ ଫାଉଣ୍ଡେସନ’ର ବଡ ଘୋଷଣା । ସ୍ୱେଚ୍ଛାକୃତ ଭାବେ ପ୍ଲାଜମା ଦାନ କରୁଥିବା ବ୍ୟକ୍ତିଙ୍କୁ ଦିଆଯିବ ଆର୍ଥିକ ସହାୟତା ।

‘ଲାଲଚାନ୍ଦ ଫାଉଣ୍ଡେସନ୍’ର ଆନୁଷ୍ଠାନିକ ଶୁଭାରମ୍ଭ ଘୋଷଣା

438

କନକ ବ୍ୟୁରୋ :  ଲାଲଚାନ୍ଦ ଗ୍ରୁପର ପ୍ରତିଷ୍ଠାତା ଅଧ୍ୟକ୍ଷ ସଞ୍ଜୟ ହଂସଙ୍କ ଜନ୍ମଦିନ ଅବସରରେ ‘ଲାଲଚାନ୍ଦ ଫାଉଣ୍ଡେସନ୍’ର ଆନୁଷ୍ଠାନିକ ଶୁଭାରମ୍ଭ ଘୋଷଣା କରାଯାଇଛି। ସମାଜର ସୁବିଧାସୁଯୋଗରୁ ବଞ୍ଚିତ ବର୍ଗର ସର୍ବାଙ୍ଗୀନ ଉନ୍ନତି ସାଧନ ଲାଗି ପ୍ରତିଷ୍ଠିତ ଏହି ଫାଉଣ୍ଡେସନ୍ ପକ୍ଷରୁ ତୁରନ୍ତ ଏହି ଲକ୍ଷ୍ୟ ପୂରଣ ପାଇଁ ବିଭିନ୍ନ ପ୍ରକଳ୍ପ ଓ କାର୍ଯ୍ୟକ୍ରମର ଆରମ୍ଭ କରାଯିବ।

କରୋନା ଭାଇରସ୍ ମହାମାରୀ ବିରୋଧରେ ଓଡ଼ିଶା ଚଳାଇଥିବା ଯୁଦ୍ଧରେ ପ୍ଲାଜମା ଥେରାପି ଏକ ପ୍ରମୁଖ ଅସ୍ତ୍ର ଭାବେ ଉଭା ହୋଇଛି । ଏ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଫାଉଣ୍ଡେସନ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରାଯାଇଛି। ଦାରିଦ୍ର ସୀମାରେଖା ତଳେ ଥିବା କୋଭିଡ-୧୯ ସଂକ୍ରମଣରୁ ଆରୋଗ୍ୟ ଲାଭ କରିଥିବା କୌଣସି ବ୍ୟକ୍ତି ଯଦି ସ୍ୱେଚ୍ଛାକୃତ ଭାବେ ସେମାନଙ୍କ ପ୍ଲାଜମା ଦାନ କରିବାକୁ ଆଗେଇ ଆସନ୍ତି ଓ ସରକାରଙ୍କ ଦ୍ୱାରା ସ୍ୱୀକୃତି ପ୍ରାପ୍ତ କୋଭିଡ୍ ହସ୍ପିଟାଲରେ ନିଜର ପ୍ଲାଜମା ଦାନ କରନ୍ତି ତେବେ ସେମାନଙ୍କୁ ଫାଉଣ୍ଡେସନ୍ ପକ୍ଷରୁ ଆର୍ଥିକ ପ୍ରୋତ୍ସାହନ ପ୍ରଦାନ କରାଯିବ ବୋଲି କହିଛନ୍ତି ଲାଲଚନ୍ଦ ଗ୍ରୁପର ପ୍ରତିଷ୍ଠାତା ଅଧ୍ୟକ୍ଷ ସଞ୍ଜୟ ହଂସ ।

କୋଭିଡ-୧୯ ମହାମାରୀ କାରଣରୁ ଅର୍ଥନୀତି ଯେତେବେଳେ ସଂଘର୍ଷ ମଧ୍ୟ ଦେଇ ଗତି କରୁଛି, ଅନେକ ବ୍ୟବସାୟ ବନ୍ଦ ହୋଇଯାଉଛି, ସେ ସମୟରେ ଏ ପ୍ରକାର ପ୍ରୟାସ କାହିଁକି? ଏ ପ୍ରଶ୍ନର ଉତ୍ତରରେ ଶ୍ରୀ ହଂସ କହିଛନ୍ତି , ‘ଫାଉଣ୍ଡେସନ୍ ମହାମାରୀ ଆସିବାର ବହୁ ପୂର୍ବରୁ କାର୍ଯ୍ୟକ୍ଷମ ଥିଲା। ତେବେ ଗୋଟିଏ ଭଲ କାମ ଆରମ୍ଭ କରିବା ପାଇଁ କୌଣସି ସମୟ ଭୁଲ ହୋଇ ନ ଥାଏ।’