ସରକାରୀ କର୍ମଚାରୀଙ୍କ ପାଇଁ ବଡ ଘୋଷଣା : ଅନୁକମ୍ପା ସହାୟତା ରାଶି ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ; ଚାକିରିରେ ଥାଇ ମୃତ୍ୟୁ ହେଲେ ମିଳିବ ୧୦ଲକ୍ଷ

621

 କନକ ବ୍ୟୁରୋ : ରାଜ୍ୟର ସରକାରୀ କର୍ମଚାରୀ ମାନଙ୍କ ପାଇଁ ଅନୁକମ୍ପାମୂଳକ ସହାୟତା ରାଶିର ପରିମାଣରେ ବୃଦ୍ଧି କରାଯାଇଛି । ମୁଖ୍ୟମନ୍ତ୍ରୀ ଏ ସଂପର୍କିତ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି ।

ଏହି ନିଷ୍ପତ୍ତି ଅନୁଯାୟୀ ଦାୟିତ୍ବ ପାଳନ ସମୟରେ କର୍ମଚାରୀ ମାନଙ୍କ ମୃତ୍ୟୁ ଘଟିଲେ ସେ କ୍ଷେତ୍ରରେ ସହାୟତା ରାଶିର ପରିମାଣକୁ ବର୍ତ୍ତମାନର ୪ ଲକ୍ଷ ଟଙ୍କାରୁ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି । ସେହିପରି ଆଘାତ ଯୋଗୁ ସ୍ଥାୟୀ ଅକ୍ଷମତା କ୍ଷେତ୍ରରେ ସହାୟତା ରାଶିର ପରିମାଣ ୨ ଲକ୍ଷରୁ ୫ ଲକ୍ଷ ଟଙ୍କାକୁ ଏବଂ ଆଂଶିକ ଅକ୍ଷମତା କ୍ଷେତ୍ରରେ ସହାୟତା ରାଶିର ପରିମାଣ ୧ ଲକ୍ଷ ଟଙ୍କାରୁ ୨ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି ।