କନକ ବ୍ୟୁରୋ : ଆଗକୁ ନୂଆଁଖାଇ ପର୍ବ ଆସୁଛି । ଏହା ପଶ୍ଚିମ ଓଡିଶାରେ ବଡ ପର୍ବ ହୋଇଥିବାରୁ ଏହାକୁ ନଜରରେ ରଖି ରାଜ୍ୟ ସରକାର ଦୁଇଦିନ ଛୁଟି ଘୋଷଣା କରିଛନ୍ତି । ସେପ୍ଟେମ୍ବର ୧ ଓ ୨ ତାରିଖକୁ ରାଜ୍ୟ ସରକାର ଛୁଟି ଘୋଷଣା କରିଛନ୍ତି । ଏହି ଛୁଟି କେବଳ ସମ୍ବଲପୁର ଓ ବରଗଡ ଜିଲ୍ଲାପାଇଁ ଲାଗୁ ହେବ ବୋଲି କୁହାଯାଇଛି ।

Advertisment

କହିରଖୁ କି ପଶ୍ଚମ ଓଡିଶାରେ ନୂଆଁଖାଇକୁ ଏକ ଗଣପର୍ବ ଭାବେ ପାଳନ କରାଯାଏ । ଏଥିରେ ସାରା ପଶ୍ଚିମ ଓଡିଶା ଉତ୍ସବ ମୁଖର ହୋଇପଡିଥାଏ । ଏହାକୁ ନଜରରେ ରଖି ଏହି ଦୁଇଦିନକୁ ଛୁଟି ଘୋଷଣା କରିବାକୁ ଅନେକ ଦିନରୁ ଦାବି ହେଉଥିଲା । ଏନେଇ ବିରୋଧୀଦଳ ନେତା ଜୟନାରାୟଣ ମିଶ୍ର ରାଜ୍ୟ ସରକାରଙ୍କୁ ଚିଠି ଲେଖିଥିଲେ । ଏସବୁକୁ ପ୍ରାଧାନ୍ୟ ଦେଇ ଆଜି ରାଜ୍ୟ ସରକାର ସମ୍ବଲପୁର ଓ ବରଗଡ ଜିଲ୍ଲାରେ ଦୁଇ ଦିନିଆ ଛୁଟି ଘୋଷଣା କରିଛନ୍ତି ।