କନକ ବ୍ୟୁରୋ : ଖୁବଶୀଘ୍ର ଦିଲ୍ଲୀରେ ମିଳିବ ବେକାରୀ ଭତ୍ତା । ଦିଲ୍ଲୀରେ ରହୁଥିବା ବେରୋଜଗାରୀଙ୍କ ପାଇଁ ଖୁସି ଖବର । ଏଣିକି ଦିଲ୍ଲୀର ବେରୋଜଗାରୀଙ୍କୁ ମିଳିବ ମାସିକ ଭତ୍ତା । ଏନେଇ ଘୋଷଣା କରିଛନ୍ତି ଅରବିନ୍ଦ କେଜ୍ରିିୱାଲ । ଯେଉଁମାନେ ନିଜର ଗ୍ରାଜୁଏସନ ଶେଷ କରିଛନ୍ତି କିନ୍ତୁ ଚାକିରି ପାଇ ନାହାନ୍ତି ସେମାନଙ୍କୁ ମାସକୁ ମିଳିବ ୫ ହଜାର ଟଙ୍କା । ସେହିପରି ଯେଉଁମାନେ ପିଜି ବା ପୋଷ୍ଟ ଗ୍ରାଜୁଏଟ୍ ସେମାନଙ୍କୁ ୭ ହଜାର ୫ ଶହ ଟଙ୍କା ମାସିଭ ଭତ୍ତା ଦିଆଯିବ ।
ଦେଶରେ କରୋନା ମହାମାରୀ ପରେ ବେରୋଜଗାରୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏହାକୁ ଲକ୍ଷ୍ୟରେ ରଖି କେଜ୍ରିୱାଲ ସରକାର ଦିଲ୍ଲୀର ବେରୋଜଗାରୀଙ୍କୁ ବେରୋଜଗାର ଭତ୍ତା ଦେବେ ବୋଲି ନିଷ୍ପତି ନେଇଛନ୍ତି । ଏହି ମାସିକ ଭତ୍ତା ସେହି ଯୁବକମାନେ ପାଇପାରିବେ ଯେଉଁମାନେ ଗ୍ରାଜୁଏଟ୍ ଓ ପୋଷ୍ଟ ଗ୍ରାଜୁଏଟ୍ ହୋଇ ଚାକିରି ନପାଇ ବେକାର ହୋଇ ବୁଲୁଛନ୍ତି । ଏହାସହ ପୂର୍ବରୁ ସେମାନେ ଏମ୍ପୋ୍ଲଏମେଂଟ ଏକ୍ସଚେଞ୍ଜରେ ନିଜର ରେଜିଷ୍ଟ୍ରେସନ କରିଥିବେ ସେହିମାନେ ହିଁ ଏହି ସୁଯୋଗର ଲାଭ ଉଠାଇପାରିବେ ।
ପ୍ରତ୍ୟେକ ରାଜ୍ୟରେ ‘ଏମ୍ପପ୍ଲଏମେଂଟ ଏକ୍ସଚେଂଚ’ ରହିଥାଏ । ଯେଉଁଥିରେ ସେହି ରାଜ୍ୟରେ କେତେ ଜଣ ବେରୋଜଗାର ଅଛନ୍ତି ସେଥିରୁ ସରକାର ଜାଣିପାରନ୍ତି । ଏହି ଯୋଜନାର ସୁବିଧା ଉଠାଇବା ପାଇଁ ଯୁବକଙ୍କୁ ଅନଲାଇନ ରେଜିଷ୍ଟ୍ରେସନ କରିବାକୁ ପଡ଼ିବ । ଆଧାର କାର୍ଡ଼, ପ୍ୟାନ କାର୍ଡ଼, ନିବାସ ପ୍ରମାଣ ପତ୍ର, ମୋବାଇଲ ନମ୍ବର, କଲେଜ ଆଇଡ଼ି, ଫଟୋ ଆଦି ଜରୁରୀ କାଗଜପତ୍ରର ଆବଶ୍ୟକତା ରହିଛି । ତେବେ ପୂର୍ବରୁ ପଂଜାବ, ଗୋଆ, ଉତରାଖଣ୍ଡ ନିର୍ବାଚନ ସମୟରେ କ୍ଷମତାକୁ ଆସିଲେ ବେକାରି ଭତା ଦିଆଯିବ ବୋଲି ଘୋଷଣା କରିଥିଲେ କେଜ୍ରିୱାଲ । ଏହାକୁ ଖୁବ୍ ଶୀଘ୍ର କାର୍ଯ୍ୟକାରୀ କରାଯିବ ବୋଲି ସୂଚନା ମିଳିଛି ।