କନକ ବ୍ୟୁରୋ : ଚନ୍ଦକା ଅଭୟାରଣ୍ୟକୁ ଶିକାରୀ ମୁକ୍ତ କାରିବାକୁ ବଡ଼ ଆକ୍ସନ ପ୍ଲାନ । ବନ ବିଭାଗ ସହ ସିଆରପିଏଫ କମ୍ବିଂ ଅପରେସନ ହେବ । ଏଥିପାଇଁ ଆରମ୍ଭ ହୋଇଛି ମକଡ୍ରିଲ । ସିଆରପିଏଫର ୪୫୦ ଯବାନ ଅଭୟାରଣ୍ୟ ଭିତରକୁ ଯାଇଛନ୍ତି । ଚନ୍ଦକା ଜଙ୍ଗଲ ଭିତରେ ୩ଟି କ୍ୟାମ୍ପ କରିବ ସିଆରପିଏଫ । ପ୍ରତି କ୍ୟାମ୍ପରେ ୧୫୦ ଯବାନ ରହିବେ ।
କୁମ୍ବିଂ ଟ୍ରେନିଂ ବେଳେ ସିଆରପିଫକୁ ସାହାଯ୍ୟ କରିବ ବନ ବିଭାଗ । ୭ଦିନ ଧରି ଚନ୍ଦକାରେ କୁମ୍ବିଂ ଚାଲିବ । ପ୍ରଥମ ଦିନରେ ସିଆରପିଏଫ ଆଇଜି ଏବଂ ପିସିସିଏଫ ମଧ୍ୟ ଯୋଗଦେଇଛନ୍ତି । ଚନ୍ଦକା ଅଭୟାରଣ୍ୟରେ ବିଭିନ୍ନ ସମୟରେ ଶିକାରୀମାନେ ପ୍ରାର୍ଦୁଭାବ ଦେଖିବାକୁ ମିଳିଥାଏ । ଶିକାରୀ ସହ କାଠ ମାଫିଆଙ୍କ ପ୍ରାର୍ଦୁଭାବ ରୋକିବା ପାଇଁ ଏପରି ପଦକ୍ଷେପ ନିଆଯାଉଛି ।