କନକ ବ୍ୟୁରୋ: ଟ୍ରେନି ଆଇଏଏସ୍ ପୂଜା ଖେଡଗରଙ୍କ ସମସ୍ୟା ବଢିବାରେ ଲାଗିଛି । ଜାତିଭିତ୍ତିକ ପ୍ରମାଣପତ୍ରକୁ ନେଇ ତାଙ୍କ ବିରୋଧରେ ବିବାଦ ଘନାଉଥିବାବେଳେ ଏପଟେ ତାଙ୍କ ଘର ଭାଙ୍ଗିଲାଣି ବୁଲଡୋଜର । ପୁଣେ ସ୍ଥିତ ତାଙ୍କ ଘର ପାଖରୁ ଜବରଦଖଲ ଉଚ୍ଛେଦ କରିଛି ମହାନଗରପାଳିକା । ବିବାଦୀୟ ପୂଜାଙ୍କର ପୁଣେରେ ଘର ଥିବାବେଳେ ଏହାର ସୌନ୍ଦର୍ଯ୍ୟକରଣ ପାଇଁ ଲୋକଙ୍କ ଯିବା ଆସିବା ବାଟକୁ ଜବରଦଖଲ କରିଥିଲେ । ଏହି ସ୍ଥାନରେ ଗଛ ଲଗାଇଥିଲେ ଏବଂ କିଛି ନିର୍ମାଣକାର୍ଯ୍ୟ ମଧ୍ୟ କରିଥିଲେ । ପୂଜା ବିବାଦକୁ ଆସିବା ପରେ ପୁଣେ ମହାନଗରପାଳିକା ଏ ବାବଦରେ ଖୋଳତାଡ କରି ଜବରଦଖଲକୁ ଉଚ୍ଛେଦ କରିବାକୁ ବୁଲଡୋଜର ଚଢାଇଛି ।
ଏଡା ମଧ୍ୟରେ ପୂଜା ଦାଖଲ କରି ଥିବା ଦିବ୍ୟାଙ୍ଗ ସାର୍ଟିଫିକେଟ ଉପରେ ମଧ୍ୟ ପ୍ରଶ୍ନ ଉଠିଛି । ଜଣାପଡିଛି , ପୂଜା ଯେଉଁ ଦିବ୍ୟାଙ୍ଗ ପ୍ରମାଣପତ୍ର ଦାଖଲ କରିଥିଲେ ସେଥିରେ ନିଜର ଠିକଣା ବଦଳାଇଥିଲେ । ସେଠାରେ କୌଣସି ଘର ନାହିଁ ବରଂ ଏକ ଫ୍ୟାକ୍ଟ୍ରି ରହିଛି । କେବଳ ଏତିକି ନୁହେଁ ଦିବ୍ୟାଙ୍ଗ ପ୍ରମାଣପତ୍ର ପାଇଁ ଆଧାରକାର୍ଡ ରହିବା ଜରୁରୀ ଥିବାବେଳେ ପୂଜା ଆଧାରକାର୍ଡ ବଦଳରେ ରାସନ କାର୍ଡ ଦାଖଲ କରିଥିଲେ । ଏହାସହ ସେ ନିଜର ବାର୍ଷିକ ଆୟ ମଧ୍ୟ ଭୁଲ ଦର୍ଶାଇଥିବା ଅଭିଯୋଗ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)
/kanak/media/post_attachments/wp-content/uploads/2024/07/6-22.jpg)