କନକ ବ୍ୟୁରୋ : ଉତରପ୍ରଦେଶରୁ ଆସିଲା ଏକ ବଡ ଦୁର୍ଘଟଣାର ଚିତ୍ର । ଶିତଳ ଭାଣ୍ଡାର ଛାତ ଭୁଷୁଡି ପଡିବାରୁ ଅନେକ ଲୋକ ତଳେ ଚାପି ହୋଇଯାଇଛନ୍ତି । ଖବର ପାଇଁ ପୋଲିସ ଏବଂ ପ୍ରଶାସନ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

Advertisment

ସୂଚନା ଅନୁସାରେ, ଏହି ଘଟଣା ଘଟିଛି ଚନ୍ଦୋସି ଜିଲ୍ଲାର ବଦାୟୁଂ ମାର୍ଗରେ । ଶିତଳ ଭଣ୍ଡାରରେ ଆଳୁ ଲୋଡ ହେଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ଏଠାରେ ଅନେକ ଲୋକ ଉପସ୍ଥିତ ଥିଲେ । ତେଣୁ ୨୦ରୁ ୨୫ ଲୋକ ଏହି ଭଙ୍ଗା ଛାତ ତଳେ ଫସିରହିଥିବା ଆଶଂକା କରାଯାଉଛି । ଏହି ଦୁର୍ଘଟଣା ଘଟିବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖିବାକୁ ମିଳିଥିବା ବେଳେ ପୋଲିସ ଓ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

ତେବେ ଏଠାରେ କହିରଖୁଛୁ କି, ଗତ ୬ତାରିଖରେ ଉତ୍ତରପ୍ରଦେଶରେ ସମାନ ଦୁର୍ଘଟଣା ଦେଖିବାକୁ ମିଳିଥିଲା । ଏକ ଫ୍ୟାକ୍ଟ୍ରିର ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ଅଚାନକ ଛାତ ପାଇଁ ଲଗାଯାଇଥିବା ସଟରିଂ ଭୁଷୁଡି ଯାଇଥିଲା । ଯେଉଁଥିରେ ଅନେକ ଲୋକ ଦବିଯାଇଥିଲେ । ପରବର୍ତ୍ତି ମୁହୁର୍ତ୍ତରେ ସେମାନଙ୍କୁ ଉଦ୍ଧାର କରାଯାଇଥିଲା