କନକ ବ୍ୟୁରୋ : ଲିଙ୍ଗରାଜ ସମ୍ମୁଖ ଉତର ଦ୍ୱାର ନିକଟରେ ଅଘଟଣ । ଗତକାଲି ବଡ ବଡୁଆ ଡାକିବାକୁ ଆସିଥିବା ସ୍ୱାମୀ – ସ୍ତ୍ରୀଙ୍କ ଉପରେ ଚଢିଗଲା କାର । ଘଟଣା ସ୍ଥଳରେ ସ୍ତ୍ରୀ ମୃତ । ସ୍ୱାମୀ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତି । ମୃତ ମହିଳା ହେଲେ ଜଣଙ୍କ ହେଲେ ସୁଲୋଚନା ମହାନ୍ତି । ଗୁରୁତର ସ୍ୱାମୀ ଜୁରିନାଥ ବେବର୍ତା ।
ସ୍ୱାମୀ – ସ୍ତ୍ରୀ ଦିଗପହଣ୍ଡିରୁ ବଡବଡୁଆ ଡାକିବାକୁ ଲିଙ୍ଗରାଜ ମନ୍ଦିର ଆସିଥିଲେ । ଆଜି ପୁରୀ ଯାଇଥାନ୍ତେ । ହେଲେ ଏହା ପୂର୍ବରୁ ସ୍ତ୍ରୀଙ୍କୁ ଡାକିନେଇଗଲା କାଳ । ସେପଟେ ଗାଡି ଚାଳକ ଜଣଙ୍କ ଦୁର୍ଘଟଣା ହଟାଇ ଫେରାର ଥିବା ଜଣାପଡିଛି । ଗାଡି ଚାଳକଙ୍କ ପରିଚୟ ଗୌତମ ମିଶ୍ର ବୋଲି ଜଣା ପଡିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/11/8-16.jpg)