ସ୍ୱାମୀଙ୍କ କଥା ପଚାରିବାରୁ କାନ୍ଦିଲେ ବିଦ୍ୟାଭାରତୀ, ପାଖାପାଖି ୪ ଘଣ୍ଟା ଧରି ଚାଲିଲା ଲାଏ ଡିଟେକ୍ସନ ଟେଷ୍ଟ ।

394

କନକ ବ୍ୟୁରୋ : ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଂଜନ ମୃତ୍ୟୁ ମାମଲାରେ ତାଙ୍କ ପତ୍ନୀ ବିଦ୍ୟାଭାରତୀଙ୍କର ଲାଏ ଡିଟେକ୍ସନ ଟେଷ୍ଟ କରାଯାଇଛି । ଭୁବନେଶ୍ୱର ଏସଏଫଏସଏଲରେ ଚାଲିଛି ଏହି ମିଛଧରା ପରୀକ୍ଷା । ବିଶେଷ କରି ଘଟଣା ଦିନ କଣ ଘଟିଥିଲା ସେ ନେଇ ୧୬୧ରେ ରେକର୍ଡ ହୋଇଥିବା ତାଙ୍କ ବୟାନ ସତ ନା ମିଛ ଜାଣିବାକୁ ପ୍ରୟାସ ଚଳାଇଛି କ୍ରାଇମବ୍ରାଞ୍ଚ ।

ମିଳିଥିବା ସୂଚନା ଅନୁସାରେ ସ୍ୱାମୀ ସୌମ୍ୟରଂଜନଙ୍କ ବାବଦରେ ପଚାରିବାରୁ ଭାବବିହ୍ୱଳ ହୋଇପଡିଥିଲେ ବିଦ୍ୟାଭାରତୀ । ଘଟଣା ଦିନ କଣ ହୋଇଥିଲା କହିବା ବେଳେ କାନ୍ଦି ପକାଇଥିଲେ । ପ୍ରାୟ ୪ ଘଣ୍ଟା ଧରି ବିଦ୍ୟାଭାରତୀଙ୍କୁ ଲାଏ ଡିଟେକ୍ସନ ଟେଷ୍ଟ ହୋଇଥିଲା । ପାରଳାଖେମୁଣ୍ଡି ଏସିଏଫଙ୍କ ମୃତ୍ୟୁ ମାମଲାରେ ପୂର୍ବରୁ ଡିଏଫଓ ଓ ରୋଷେୟାଙ୍କ ଲାଇ ଡିଟେକସନ ଟେଷ୍ଟ ହୋଇଥିଲା । ମୃତ ସୌମ୍ୟରଂଜନଙ୍କ ବାପାଙ୍କ ଅଭିଯୋଗ ଆଧାରରେ ପତ୍ନୀ ବିଦ୍ୟାଭରତୀଙ୍କ ସହ ଡିଏଫଓ ସଂଗ୍ରାମ ବେହେରା ଓ ରୋଷେୟା ମନ୍ମଥ କୁମ୍ଭଙ୍କୁ ତଦନ୍ତ ପରିସରଭୁକ୍ତ କରିଛି କ୍ରାଇମବ୍ରାଞ୍ଚ । ୩ ଜଣଙ୍କ ଲାଏ ଡିଟେକ୍ସନ ଟେଷ୍ଟ ତଥ୍ୟ ଆଧାରରେ ତଦନ୍ତକାରୀ ସଂସ୍ଥା ଏଦିଗରେ ତଦନ୍ତକୁ ଆଗକୁ ବଢାଇବ । ତେବେ ସୌମ୍ୟରଞ୍ଜନଙ୍କ ମୃତ୍ୟୁକୁ ୨ ମାସରୁ ଅଧିକ ସମୟ ବିତିଥିଲେ ମଧ୍ୟ ଏଯାଏଁ ତଦନ୍ତକାରୀ ସଂସ୍ଥା ସଫଳତା ପାଇନାହିଁ ।