କନକ ବ୍ୟୁରୋ : ତିନି ଦିନିଆ ଆମେରିକା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନ୍ୟୁୟର୍କର ୱାଶିଂଟନରେ ପହଞ୍ଚିଛନ୍ତି । ୱାଶିଂଟନ ଏୟାରବେସରେ ପ୍ରଧାନମନ୍ତ୍ରୀଙ୍କୁ ଲଗାଣ ବର୍ଷାରେ ପାରମ୍ପାରିକ ସ୍ୱାଗତ କରାଯାଇଥିଲା । ପ୍ରଧାନମନ୍ତ୍ରୀ ରେନ କୋର୍ଟ ପିନ୍ଧି ଉଭୟ ଦେଶର ଜାତୀୟ ସଙ୍ଗୀତ ଗାନ ପାଇଁ ଛିଡା ହୋଇଥିବା ଦେଖିବାକୁ ମିଳିଥିଲା । ଏହା ପରେ ପ୍ରଧାନମନ୍ତ୍ରୀଙ୍କୁ ହୋଟେଲ ବାହାରେ ଭାରତୀୟମାନେ ଭବ୍ୟ ସ୍ୱାଗତ କରିଥିଲେ ।

Advertisment

ଆଜି ପ୍ରଧାନମନ୍ତ୍ରୀ ଆମେରିକାର ମିଳିତ ସଂସଦରେ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ପରେ ସନ୍ଧ୍ୟାରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ତାଙ୍କ ପତ୍ନୀ ଜିଲ ବାଇଡେନଙ୍କ ପକ୍ଷରୁ ଆୟୋଜିତ ରାତ୍ରଭୋଜନରେ ଯୋଗଦେବେ । ମୋଦୀଙ୍କ ଏହି ଗସ୍ତରେ ଆମେରିକା ସହ ପ୍ରତିରକ୍ଷା ଓ ବାଣିଜ୍ୟିକ ସମେତ ବିଭିନ୍ନ ଦ୍ୱିପାକ୍ଷିକ ଚୁକ୍ତି ସ୍ୱାକ୍ଷର ହେବ । ଗତକାଲି ମୋଦୀ ବିଶ୍ୱର ସବୁଠୁ ଧନୀ ଏଲନ ମସ୍କଙ୍କ ସମେତ ବିଭିନ୍ନ କମ୍ପାନୀର ମାଲିକମାନଙ୍କ ସହ ଆଲୋଚନା କରିଥିଲେ । ଭାରତରେ ପୁଞ୍ଜି ନିବେଶ ପାଇଁ ସେମାନଙ୍କ ସହ ଆଲୋଚନା କରିଥିବା ସୂଚନା ମଳିଛି ।