କନକ ବ୍ୟୁରୋ : ଆସନ୍ତା ଜାନୁଆରି ୨୦ ତାରିଖରେ ଡେମୋକ୍ରାଟିକ ଦଳର ନେତା ଜୋ ବାଇଡେନ ଆମେରିକାର ୪୬ତମ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବେ । ଚଳିତ ସପ୍ତାହରେ ହିଁ ଆମେରିକାର ଇଲେକ୍ଟରାଲ କଲେଜ ଜୋ ବାଇଡେନ ନିର୍ବାଚନରେ ଜିତିଥିବା ଘୋଷଣା କରିଥିଲା ।
ଭାରତୀୟ ବଂଶୋଦ୍ଭବ କମଳା ହ୍ୟାରିସ ଆମେରିକାର ଉପରାଷ୍ଟ୍ରପତିଭାବେ ଶପଥ ଗ୍ରହଣ କରିବେ । ଆମେରିକାର ଉପରାଷ୍ଟ୍ରପତି ପରି ଏକ କ୍ଷମତାଶାଳୀ ପଦବୀରେ ପ୍ରଥମ ଥର ପାଇଁ ଜଣେ ଭାରତୀୟ ବଂଶୋଦ୍ଭବ ଆସୀନ ହେବେ । କେବେଳ ଏତିକି ନୁହେଁ, ଆଉ କେତେକ ଭାରତୀୟ ବଂଶୋଦ୍ଭବଙ୍କୁ ବାଇଡେନ ପ୍ରଶାସନ ଉଚ୍ଚ ପଦବୀ ଦେବାର ସମ୍ଭାବନା ରହିଛି ।
ସେମାନଙ୍କ ମଧ୍ୟରେ ଅଛନ୍ତି ନିରା ଟଣ୍ଡନ, ଡ. ବିବେକ ମୂର୍ତ୍ତି, ଡ. ଅତୁଲ ଗାଓ୍ବାଣ୍ଡେ ପ୍ରମୁଖ । ଡ. ମୂର୍ତ୍ତି ବାଇଡେନଙ୍କ ଦ୍ବାରା ଗଠିତ କୋଭିଡ ଟାସ୍କଫୋର୍ସର ସହ-ଅଧ୍ୟକ୍ଷ ଅଛନ୍ତି । ସେହିପରି ଡ. ଅରୁଣ ମଜୁମଦାର ଓ ଡ. ରାହୁଲ ଗୁପ୍ତା ମଧ୍ୟ ବାଇଡେନଙ୍କ ଟିମରେ ସ୍ଥାନ ପାଇବାର ସମ୍ଭାବନା ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/12/228b2ef5-4d24532b-joe-biden-getty-2-1-1.jpg)