ଋଷର ସେନା ପ୍ରତ୍ୟାହାର ଦାବିକୁ ମାନିବାକୁ ନାରାଜ ଆମେରିକା । ରାଷ୍ଟ୍ରପତି ବାଇଡେନ୍ କହିଲେ, ନୂଆ ଯୁକ୍ତି ଦର୍ଶାଇ ଆକ୍ରମଣ କରିପାରେ ରୁଷ ।

116

କନକ ବ୍ୟୁରୋ : ୟୁକ୍ରେନକୁ ନେଇ ଏବେ ବି ସାରା ବିଶ୍ୱ ଆଶାଆଶଙ୍କା ଘେରରେ । ଋଷିଆ କହୁଛି ବାର୍ଷିକ ଯୁଦ୍ଧାଭ୍ୟାସ ପରେ ୟୁକ୍ରେନ ସୀମାନ୍ତରୁ ସେ ନିଜର ସୈନ୍ୟଙ୍କୁ ପ୍ରତ୍ୟାହାର କରୁଛି । ଋଷିଆର ଏହି କଥାକୁ ନମାନି ବାରମ୍ବାର ଆମେରିକା ଗୋଟେ ଦାବି କରି ଆସୁଛି । ଆଉ ଏହି ଦାବି ହେଉଛି ୟୁକ୍ରେନ ଉପରେ ଋଷିଆ କୌଣସି ମୁହୁର୍ତ୍ତରେ କରିପାରେ ଆକ୍ରମଣ । ଏବେ ପୁଣି ସମାନ କଥା ଦୋହରାଇ ସତର୍କ କରାଇଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ।

ପୁଣି ସତର୍କ କରାଇଲେ ବାଇଡେନ୍ । ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷିଆ । ୟୁକ୍ରେନ ଉପରେ ନିଶ୍ଚୟ ଆକ୍ରମଣ କରିବ ଋଷିଆ । ୟୁକ୍ରେନ ରାଜଧାନୀ କ୍ୱୀଭରେ ଭୋରୁ ଭୋରୁ ହେବ ଗୁଳି ଓ ବୋମା ବର୍ଷା । ଆକ୍ରମଣର ପ୍ରଥମ ଚରଣରେ ସୀମାବର୍ତି ଇଲାକାର, ସୈନ୍ୟ ଆଡ୍ଡା ଓ ପ୍ରମୂଖ ସହର ଉପରେ ବାଲିଷ୍ଟିକ ମିସାଇଲ ଦ୍ୱାରା ଆକ୍ରମଣ ହୋଇପାରେ । ଏବେ ସାରା ବିଶ୍ୱ ସାମ୍ନାରେ ଏହା କହିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ।

ବାଇଡେନ କହିଛନ୍ତି କି ଆମେରିକୀୟ ଗୁଇନ୍ଦା ସଂସ୍ଥାର ସୂଚନା ଆଧାରରେ ସେ ଏହି ତଥ୍ୟ ଦେଇଛନ୍ତି । ବାଇଡେନ ଏକଥା ବି ସ୍ପଷ୍ଟ କରିଛନ୍ତି କି ଯଦି ୟୁକ୍ରେନ ଉପରେ ଋଷ ଆକ୍ରମଣ କରେ ତେବେ ଆମେରିକା ସୈନ୍ୟ ନ ପଠାଇଲେ ବି ୟୁକ୍ରେନକୁ ସମର୍ଥନ କରିବ । ସେ ଏକଥା ବି କହିଛନ୍ତି କି ଋଷ ସେନା ପ୍ରତ୍ୟାହାର କରୁନି ବରଂ ୟୁକ୍ରେନ ସୀମାରେ ଅଧିକ ସଂଖ୍ୟକ ସେନା ମୁତୟନ କରୁଛି । ତେଣୁ ଆକ୍ରମଣ ଆଶଙ୍କା ବୃଦ୍ଧି ପାଉଛି । ଅନ୍ୟପଟେ ଖୁବ ଶିଘ୍ର ନାଟୋ ଦେଶଙ୍କୁ ନେଇ ବାଇଡେନ ବୈଠକ କରିପାରନ୍ତି ବୋଲି ହ୍ୱାଇଟହାଉସ ପକ୍ଷରୁ ସୂଚନା ମିଳିଛି ।

ଯୁଦ୍ଧ ଆଶଙ୍କା ଭିତରେ ଋଷର ବଡ ଘୋଷଣା । ଶନିବାର ମିସାଇଲ ସହ କରିବ ଯୁଦ୍ଧାଭ୍ୟାସ । ଗୋଟେ ପଟେ ଯୁଦ୍ଧ ଆଶଙ୍କା, ଅନ୍ୟପଟେ ବଡ ଘୋଷଣା କରିଛି ଋଷ । ଖୁବ ଶିଘ୍ର ବିଶ୍ୱକୁ ପରାକ୍ରମ ଦେଖାଇବ କ୍ରେମଲିନ । ଶନିବାର ଋଷ ସାମରିକ ବାହିନୀ ମେଗା ଡ୍ରିଲ କରିବ ।ଏହାକୁ ଦେଖିବା ପାଇଁ ନିଜେ ପୁଟିନ ବି ପହଞ୍ଚିବେ । ଆଣବିକ ଅସ୍ତ୍ରଶସ୍ତ୍ର ଓ ବାଲିଷ୍ଟିକ କ୍ରୁଜ ମିସାଇଲର ସମରାଭ୍ୟାସ ଦେଖିବେ ପୁଟିନ । ଏହି ସମରଭ୍ୟାସରେ ଋଷର ଏରୋସ୍ପେଶ ଫୋର୍ସ, ଷ୍ଟାଟେଜିକ ମିସାଇ କମାଣ୍ଡ, ନର୍ଦନ ଓ ବ୍ଲାକ ସି ପିଲଟସ୍, ସାଉର୍ଦନ ମିଲିଟାରି ଡିଷ୍ଟିକ୍ଟ ଅଂଶଗ୍ରହଣ କରିବେ । ଗୋଟେ ପଟେ ଋଷର ସେନା ପ୍ରତ୍ୟାହାର ଦାବି, ଅନ୍ୟପଟେ ଏହି ଦାବିକୁ ମାନୁନି ଆମେରିକା । ଏହା ଭିତରେ ୟୁକ୍ରେନର ବିଭିନ୍ନ ସ୍ଥାନରେ ଗୁଳିମାଡ ଘଟଣା ମଧ୍ୟ ସାମ୍ନାକୁ ଆସୁଛି । ଋଷ ୟୁକ୍ରେନ ସୀମାନ୍ତରେ ସେନା ଠୁଳ କରୁଥିବା କହିଛନ୍ତି ନାଟୋ ମହାସଚିବ ଜେନଓ ଷ୍ଟୋଟେନବର୍ଗ । ଗୋଟେ ପଟେ ଆମେରିକା ଓ ନାଟୋ ଦେଶ ଆଉ ଅନ୍ୟପଟେ ଋଷିଆ ମଧ୍ୟରେ ଯୁଦ୍ଧକୁ ନେଇ ସନ୍ଦେହର ବାତାବରଣ ବଢୁଥିବାବେଳେ କ୍ରେମଲିନ କହିଛି ୟୁକ୍ରେନର ଋଷର ଅବିଚ୍ଛେଦ୍ୟ ଅଙ୍ଗ । ତେଣୁ ଆକ୍ରମଣର କୌଣସି ଯୋଜନା ନାହିଁ କିନ୍ତୁ ନାଟୋ ସୈନ୍ୟର ପ୍ରଭାବ ଆମ ପାଇଁ ବଡ ବିପଦ ।