କନକ ବ୍ୟୁରୋ : କ’ଣ ବିଶ୍ୱରେ ହେବ ପରମାଣୁ ଯୁଦ୍ଧ? ଋଷ ଆଣବିକ ଚୁକ୍ତି ବାତିଲ କରିବା ପରେ ଏଭଳି ଏକ ଆଶଙ୍କା ଦେଖାଦେଇଛି । ଅନ୍ୟପଟେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ମଧ୍ୟ ନାଟୋରେ ସାମିଲ ଥିବା ୯ଟି ଦେଶ ସହ ବୈଠକ କରି କହିଛନ୍ତି । ଆଣବିକ ଚୁକ୍ତି ବାତିଲ କରି ରୁଷ ବଡ ଭୁଲ୍ କରିଛି । ଗୋଟିଏ ଇଂଚ ଜାଗାର ସୁରକ୍ଷା ପାଇଁ ଆମେରିକା ଦେବ ସମସ୍ତ ସୁରକ୍ଷା । ଜୋ ବାଇଡେନଙ୍କ ଏହି ଘୋଷଣା ସେତେବେଳେ ହୋଇଛି ଯେଉଁ ସମୟରେ ମସ୍କୋରେ ପୁଟିନ ଏବଂ ଚୀନ୍ ଡିପ୍ଲୋମାଟ ବା କୂଟନୀତିଜ୍ଞଙ୍କ ମଧ୍ୟରେ ବୈଠକ ହୋଇଛି ।