ଯୁଦ୍ଧ ଭିତରେ ଇସ୍ରାଏଲରେ ଆମେରିକା ରାଷ୍ଟ୍ରପତି : ବାଇଡେନଙ୍କୁ ସ୍ୱାଗତ କଲେ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ

173

କନକ ବ୍ୟୁରୋ : ଇସ୍ରାଏଲରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ଇସ୍ରାଏଲ ଓ ହମାସ ଯୁଦ୍ଧ ଭିତରେ ଇସ୍ରାଏଲର ତେଲ ଅବିବ୍ରେ ପହଞ୍ଚିଛନ୍ତି ଆମେରିକା ରାଷ୍ଟ୍ରପତି । ସ୍ୱତନ୍ତ୍ର ବିମାନ ଯୋଗେ ରାଷ୍ଟ୍ରପତି ତେଲ ଅବିବରେ ପହଞ୍ଚିଛନ୍ତି । ବାଇଡେନଙ୍କୁ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ସ୍ୱାଗତ କରିଛନ୍ତି । ଗାଜା ହସ୍ପିଟାଲରେ ଆକ୍ରମଣ ପାଇଁ ଜୋର୍ଡାନ୍ ଗସ୍ତ ବାତିଲ କରିଛନ୍ତି ଆମେରିକା ରାଷ୍ଟ୍ରପତି ।

ଗତକାଲି ଗାଜାର ଡାକ୍ତରଖାନା ଉପରେ ଏୟାର ଷ୍ଟ୍ରାଇକ୍ ହୋଇଥିଲା । କେନ୍ଦ୍ରୀୟ ଗାଜାର ଅଲ-ଅହଲି ହସ୍ପିଟାଲରେ ଆକ୍ରମଣ କରାଯାଇଥିଲା । ଏଥିରେ ୫୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଇସ୍ରାଏଲ୍ ଦ୍ୱାରା ଆକ୍ରମଣକୁ କରାଯାଇଥିବା ହମାସ ଦାବି କରିଛି । ହେଲେ ହମାସର ଦାବିକୁ ଭିତ୍ତିହୀନ ବୋଲି କହିଛି ଇସ୍ରାଏଲ ସେନା । ହସ୍ପିଟାଲ ଉପରେ ଇସ୍ରାଏଲ ସେନା ଆକ୍ରମଣ କରିଥିବା ନେଇ କୌଣସି ପ୍ରମାଣ ନାହିଁ । ଇସ୍ରାଏଲକୁ ବଦନାମ କରିବା ପାଇଁ ହମାସ ଉପରେ ଅଭିଯୋଗ ଆଣିଛି ।