କନକ ବ୍ୟୁରୋ : ୱାଶିଂଟନ ଡିସିରେ ଜୋ ବାଇଡେନ । ଆଉ କିଛି ସମୟ ପରେ ଶପଥ ନେବେ ଜୋ ବାଇଡେନ । ୪୬ତମ ରାଷ୍ଟ୍ରପତି ଭାବେ ନେବେ ଶପଥ । ସେହିପରି କମଲା ହାରିସ୍ ୪୯ତମ ଉପ ରାଷ୍ଟ୍ରପତି ଭାବେ ନେବେ ଶପଥ । ଏନେଇ ସଜେଇ ହୋଇଛି କ୍ୟାପିଟାଲ ହିଲ୍ । ଏହାସହ ୱାଶିଂଟନ ଡିସିରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।
ଏହି ସମାରୋହରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଛି । ମହାମାରୀ ପରିସ୍ଥିତିକୁ ଦୃଷ୍ଟିରେ ରଖି ବାଇଡେନ ଏବଂ କମଳା ହାରିସ୍ ଶପଥ ଗ୍ରହଣ କରିବେ। ଏହି ସମୟରେ ଆମେରିକାର ଉଦଘାଟନୀ ପରମ୍ପରାକୁ ସମ୍ମାନ ଦେବା ସହ ଲୋକମାନଙ୍କୁ ସୁରକ୍ଷିତ ଏବଂ ସୁସ୍ଥ ରଖିବା ପାଇଁ ବିଶେଷ ଧ୍ୟାନ ଦିଆଯିବ ବୋଲି ଅଫିସ୍ ୱେବସାଇଟ୍ ବାଇଡେନଇନଆଗୁରାଲ ଡଟ୍ କମରେ କୁହାଯାଇଛି।
ଶପଥ ଗ୍ରହଣ ସମାରୋହ ପାଇଁ ୱାଶିଂଟନ୍ ଯାତ୍ରା ନକରିବାକୁ ଅଧିକାରୀମାନେ ଆମେରିକୀୟମାନଙ୍କୁ ଅନୁରୋଧ କରିଛନ୍ତି । ଏହି ସମାରୋହ ଆମେରିକାର ସମସ୍ତ ପ୍ରମୁଖ ନ୍ୟୁଜ୍ ନେଟୱାର୍କରେ ଏବଂ ବାଇଡେନଇନଆଗୁରାଲ ଡଟ୍ କମରେ ପ୍ରସାରିତ ହେବ। ଏହି ସମାରୋହକୁ ୟୁଟ୍ୟୁବ୍, ଫେସବୁକ୍, ଟ୍ୱିଟର ଏବଂ ଟ୍ୱିଚ୍ ସହିତ ଆମାଜନ ପ୍ରାଇମ ଭିଡିଓ, ମାଇକ୍ରୋସଫ୍ଟ ବିଙ୍ଗ, ଫକ୍ସର ନ୍ୟୁଜ୍ ନାଓରେ ମଧ୍ୟ ଦେଖିହେବ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)
/kanak/media/post_attachments/wp-content/uploads/2021/01/29-14.jpg)