ଲକ୍ଷ୍ନୌ ବିମାନବନ୍ଦରରେ ଧାରଣାରେ ବସିଲେ ଛତିଶଗଡ ମୁଖ୍ୟମନ୍ତ୍ରୀ

521

କନକ ବ୍ୟୁରୋ: ଉତ୍ତରପ୍ରଦେଶ ଲକ୍ଷ୍ମୀପୁର ଖେରି ହିଂସାକୁ ନେଇ ବିବାଦ ଦିନକୁ ଦିନ ବଢିବାରେ ଲାଗିଛି । ଆଜି ଏହି ଘଟଣାରେ ୟୁପିରେ ପହଞ୍ଚିଥିଲେ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ । ହେଲେ ତାଙ୍କୁ ୟୁପି ଯିବାକୁ ଅନୁମତି ଦେଇନଥିଲେ ବିମାନବନ୍ଦର ଅଧିକାର । ସେଥିପାଇଁ ବିମାନବନ୍ଦରରେ ହିଁ ଧାରଣାରେ ବସିଲେ ଭୂପେଶ ବଘେଲ ।

ଏହା ଭିତରେ ଅଧିକାରୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ବାରମ୍ବାର ଯୁକ୍ତିତର୍କ ହୋଇଥିଲା । ବଘେଲ ଅଧିକାରୀଙ୍କୁ ପଚାରିଥିଲେ କି ମୁଁ ଲକ୍ଷେ୍ନøରେ ଥିବା କଂଗ୍ରେସ ମୁଖ୍ୟାଳୟକୁ ଯାଉଛି ମତେ କାହିଁକି ଅଟକା ଯାଉଛି । କଣ ସାରା ଉତ୍ତରପ୍ରଦେଶରେ ଧାରା ୧୪୪ ଲାଗିଛି କି ? ଧାରା ୧୪୪ ତ ଖେରିରେ ଲାଗିଛି, ହେଲେ ମତେ କାହିଁକି ବିମାନବନ୍ଦରରେ ରୋକାଯାଉଛି ।

ବଘେଲ ଆହୁରି ମଧ୍ୟ କହିଛନ୍ତି କି, ମୁଁ ୟୁପି ଆସିଥିଲି କଂଗ୍ରେସ ମୁଖ୍ୟାଳୟ ଯାଇଥାନ୍ତି, ନେତାମାନଙ୍କୁ ଦେଖା କରିଥାନ୍ତି, ଆଉ ସୀତାପୁର ଯାଇ ପ୍ରିୟଙ୍କା ଗାନ୍ଧୀଙ୍କୁ ଭେଟିଥାନ୍ତି, ହେଲେ ଏମାନେ ମତେ ଏଠି କାହିଁକି ଅଟକାଇଛନ୍ତି ।

ଖେରି ହିଂସା ପରେ ୟୁପିରେ ରାଜନୈତିକ ବିବାଦ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଛତିଶଗଡ ମୁଖ୍ୟମନ୍ତ୍ରୀ ୟୁପି ଗସ୍ତରେ ବାହାରିଥିଲେ । ହେଲେ ଯୋଗୀ ସରକାରଙ୍କ ତରଫରୁ ତାଙ୍କୁ ଅନୁମତି ମିଳିନଥିଲା । ଏହାପରେ ବି ଆଜି ୟୁପି ଆସିଥିଲେ ଭୁପେଶ ବଘେଲ । ତେଣୁ ତାଙ୍କୁ ୟୁପିକୁ ଏଯାଏଁ ଅନୁମତି ମିଳିନାହିଁ ।