ଗୁଣ୍ଡାଗର୍ଦ୍ଦି କରୁଥିଲେ ପ୍ରଜ୍ଞା ଠାକୁର, ଆରମ୍ଭରୁ ହିଁ ତାଙ୍କର ଅପରାଧିକ ମନୋବୃତ୍ତି ରହିଆସିଛି : ଭୁପେଶ ବାଘେଲ

193

ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ଭୋପାଳରୁ ବିଜେପି ପ୍ରାର୍ଥିନୀ ପ୍ରଜ୍ଞା ସିଂହ ଠାକୁରଙ୍କ ଉପରେ ଟିପ୍ପଣୀ କରିଛନ୍ତି । ଏକ ପ୍ରଶ୍ନର ଜବାବରେ ଭୁପେଶ ବାଘେଲ ପ୍ରଜ୍ଞା ଠାକୁରଙ୍କୁ ଅଭ୍ୟସ୍ତ ଅପରାଧୀ କହିଛନ୍ତି ଓ ଏହା ବି କହିଛନ୍ତି କି, ୧୯ ବର୍ଷ ପୂର୍ବେ ଚାକୁ ମାରିବା ମାମଲାରେ ତାଙ୍କ ନାଁ ଆସିଥିଲା ।

ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ କହିଛନ୍ତି କି, “ପ୍ରଜ୍ଞା ଠାକୁରଙ୍କ ଅଭ୍ୟସ୍ତ ଅପରାଧୀ ଭଳି ବ୍ୟବହାର ରହିଆସିଛି । ୧୯ ବର୍ଷ ପୂର୍ବେ ଚାକୁରେ ଆକ୍ରମଣ କରିଥିଲେ, ମାରପିଟ୍ କରିଥିଲେ, ଛୋଟ ଛୋଟ କଥାରେ ଝଗଡା କରୁଥିଲେ । ତାଙ୍କର ଆରମ୍ଭରୁ ହିଁ ଝଗଡା କରିବା ପ୍ରବୃତ୍ତି ରହିଛି ।”

ସୂଚନାଯୋଗ୍ୟ, ବିଜେପି ପ୍ରଜ୍ଞା ଠାକୁରଙ୍କୁ ଭୋପାଳ ସଟ୍ରୁ ପ୍ରାର୍ଥୀ ଛିଡା କରିଛି । କଂଗ୍ରେସ ନିଜ ବରିଷ୍ଠ ନେତା ଦିଗବିଜୟ ସିଂହଙ୍କୁ ନିର୍ବାଚନରେ ଓହ୍ଲାଇଛି । ପ୍ରଜ୍ଞା ଠାକୁରଙ୍କ ନାଁ ମାଲେଗାଓଁ ବୋମା ବିସ୍ଫୋରଣରେ ସାମିଲ ଅଛି, ସେଥିପାଇଁ କଂଗ୍ରେସ ତାଙ୍କ ପ୍ରାର୍ଥୀତ୍ୱକୁ ନେଇ ଲଗାତାର ଆକ୍ରମଣ କରୁଛି । ଏହି ବିଷୟରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ବାଘେଲ ଏହି ମତ ରଖିଛନ୍ତି ।