ମୋଦିଙ୍କୁ ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କ ହାମଲା । କହିଲେ, ମାନସିକ ରୋଗରେ ପୀଡିତ ହେଲେଣି ପ୍ରଧାନମନ୍ତ୍ରୀ, ଡାକ୍ତରୀ ଚିକିତ୍ସା ନିହାତି ଆବଶ୍ୟକ ।

463

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ଟାର୍ଗେଟ୍ ।ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କୁ ‘ଭ୍ରଷ୍ଟାଚାରୀ ନମ୍ବର-୧’ କହିବା ପ୍ରସଂଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆକ୍ରମଣ କରିଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ । ସେ କହିଛନ୍ତି କି ମୋଦୀ ତାଙ୍କର ମାନସିକ ସ୍ଥିତି ହରାଇ ବସିଛନ୍ତି । ଏକ ସାମ୍ବାଦିକ ସମ୍ମିଳନୀରେ ସମ୍ବୋଧନ କଲା ବେଳେ ଭୁପେଶ ଏପରି କରିଛନ୍ତି । ସେ କହିଛନ୍ତି କି ମୋଦୀ ତାଙ୍କର ମାନସିକ ଭାରସାମ୍ୟ ହରାଇ ବସିଛନ୍ତି ଓ ତାଙ୍କୁ ଡାକ୍ତରୀ ଚିକିତ୍ସାର ଅବଶ୍ୟକତା ରହିଛି ।

କେହି ବି ଏକଥା କଳ୍ପନା କରିନଥିଲେ ଯେ ସଂସାରରେ ନ ଥିବା ପ୍ରଧାନମନ୍ତ୍ରୀଙ୍କ ନାମରେ ଏବେକାର ପ୍ରଧାନମନ୍ତ୍ରୀ ଏମିତିକା ମନ୍ତବ୍ୟ ବି ଦେଇପାରନ୍ତି ବୋଲି । ଏହି କଥା ୨ଟି ଜିନିଷକୁ ଇଙ୍ଗିତ କରୁଛି । ପ୍ରଥମତଃ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମୁଣ୍ଡ ଖରାପ ହୋଇଯାଇଛି ଓ ଦ୍ୱିତୀୟଟି ହେଉଛି ସେ ଡାକ୍ତରୀ ଚିକିତ୍ସା ଆବଶ୍ୟକ କରୁଛନ୍ତି ବୋଲି ଭୁପେଶ କହିଛନ୍ତି । ସେ ଆହୁରି ବି କହିଛନ୍ତି କି ମୋଦୀ ଦିନକୁ ମାତ୍ର ୩ରୁ ୪ ଘଣ୍ଟା ଶୋଉଛନ୍ତି । ଉଚିତ ପରିମାଣରେ ନଶୋଇଲେ ତାହା ମାନସିକ ସ୍ଥିତିକୁ ପ୍ରଭାବିତ କରେ । ମୋଦୀଙ୍କ କ୍ଷେତ୍ରରେ ବି ସେପରି ଘଟିଛି ।

Comments are closed.