କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ଟାର୍ଗେଟ୍ ।ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କୁ ‘ଭ୍ରଷ୍ଟାଚାରୀ ନମ୍ବର-୧’ କହିବା ପ୍ରସଂଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆକ୍ରମଣ କରିଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ । ସେ କହିଛନ୍ତି କି ମୋଦୀ ତାଙ୍କର ମାନସିକ ସ୍ଥିତି ହରାଇ ବସିଛନ୍ତି । ଏକ ସାମ୍ବାଦିକ ସମ୍ମିଳନୀରେ ସମ୍ବୋଧନ କଲା ବେଳେ ଭୁପେଶ ଏପରି କରିଛନ୍ତି । ସେ କହିଛନ୍ତି କି ମୋଦୀ ତାଙ୍କର ମାନସିକ ଭାରସାମ୍ୟ ହରାଇ ବସିଛନ୍ତି ଓ ତାଙ୍କୁ ଡାକ୍ତରୀ ଚିକିତ୍ସାର ଅବଶ୍ୟକତା ରହିଛି ।
କେହି ବି ଏକଥା କଳ୍ପନା କରିନଥିଲେ ଯେ ସଂସାରରେ ନ ଥିବା ପ୍ରଧାନମନ୍ତ୍ରୀଙ୍କ ନାମରେ ଏବେକାର ପ୍ରଧାନମନ୍ତ୍ରୀ ଏମିତିକା ମନ୍ତବ୍ୟ ବି ଦେଇପାରନ୍ତି ବୋଲି । ଏହି କଥା ୨ଟି ଜିନିଷକୁ ଇଙ୍ଗିତ କରୁଛି । ପ୍ରଥମତଃ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମୁଣ୍ଡ ଖରାପ ହୋଇଯାଇଛି ଓ ଦ୍ୱିତୀୟଟି ହେଉଛି ସେ ଡାକ୍ତରୀ ଚିକିତ୍ସା ଆବଶ୍ୟକ କରୁଛନ୍ତି ବୋଲି ଭୁପେଶ କହିଛନ୍ତି । ସେ ଆହୁରି ବି କହିଛନ୍ତି କି ମୋଦୀ ଦିନକୁ ମାତ୍ର ୩ରୁ ୪ ଘଣ୍ଟା ଶୋଉଛନ୍ତି । ଉଚିତ ପରିମାଣରେ ନଶୋଇଲେ ତାହା ମାନସିକ ସ୍ଥିତିକୁ ପ୍ରଭାବିତ କରେ । ମୋଦୀଙ୍କ କ୍ଷେତ୍ରରେ ବି ସେପରି ଘଟିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/05/CM-PM.jpg)