କନକ ବ୍ୟୁରୋ: ରାହୁଲ ଗାନ୍ଧୀଙ୍କ ହସ୍ତକ୍ଷେପ ପରେ ବି ସୁଧୁରିଲାନି ଛତିଶଗଡ କଂଗ୍ରେସ ବିବାଦ । ମୁଖ୍ୟମନ୍ତ୍ରୀ ପଦ ପାଇଁ ଭୂପେଶ ବାଘେଲ ଓ ଟିଏସ ସିଂହଦେଓଙ୍କ ମଧ୍ୟରେ କନ୍ଦଳ ଏବେ ଉଗ୍ରରୂପ ନେବାରେ ଲାଗିଲାଣି । ଦିନକୁ ଦିନ ବିବାଦ ବଢୁଥିବାବେଳେ ଦିଲ୍ଲୀରେ ପହଁଚି ଶକ୍ତି ପ୍ରଦର୍ଶନ କରିବାକୁ ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ବାଘେଲ । ନିଜ ସମର୍ଥକ ବିଧାୟକଙ୍କୁ ନେଇ ଦିଲ୍ଲୀରେ ପହଁଚି ମୁଖ୍ୟମନ୍ତ୍ରୀ ଭୂପେଶ ଭଗେଲ କଂଗ୍ରେସର ବରିଷ୍ଠ ନେତାଙ୍କୁ ଭେଟୁଛନ୍ତି । ଶୁକ୍ରବାର ଛତିଶଗଡ କଂଗ୍ରେସ ପ୍ରଭାରୀ ପିଏଲ ପୁନିଆଙ୍କୁ ଭେଟି ରାଜ୍ୟ ରାଜନୀତି ନେଇ ଆଲୋଚନା କରିଛନ୍ତି ବାଘେଲ । ତାଙ୍କ କହିବା କଥା ଯେବେ ଯାଏଁ ତାଙ୍କୁ ହାଇ କମାଣ୍ଡଙ୍କ ନିର୍ଦ୍ଦେଶ ନମିଳୁଛି ସେ, ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ନାହିଁ ।
୨୦୧୮ରେ ଛତିଶଗଡରେ କଂଗ୍ରେସ ସରକାର ଗଢିବା ପରେ ମୁଖ୍ୟମନ୍ତ୍ରୀ କିଏ ହେବ ସେନେଇ ବିବାଦ ସୃଷ୍ଟି ହୋଇଥିଲା । ଦୁଇ ବରିଷ୍ଠ ନେତା ଭୂପେଶ ବାଘେଲ ଓ ଟିଏସ ସିଂହଦେଓଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଟଣା ଓଟରା ଆରମ୍ଭ ହୋଇଥିଲା । ହେଲେ ଶେଷରେ ହାଇକମାଣ୍ଡଙ୍କ ନିର୍ଦ୍ଦେଶରେ ବାଘେଲଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତି ଦିଆଗଲା ଏବଂ ସିଂହଦେଓଙ୍କୁ ସ୍ୱାସ୍ଥ୍ୟମନ୍ତ୍ରୀ ଭାବେ ନିଯୁକ୍ତି ଦିଆଯିବା ସହ ଅଢେଇବର୍ଷ ପରେ ମୁଖ୍ୟମନ୍ତ୍ରୀ ପଦ ମିଳିବ ବୋଲି ଦଳ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲା । ତେବେ ବାଘେଲଙ୍କ ମୁଖ୍ୟମନ୍ତ୍ରୀ ହେବାର ଅଢେଇ ବର୍ଷର ସୀମା ପୂରଣ ହୋଇଥିଲେ ବି ତାଙ୍କୁ ହଟାଇ ସିଂହଦେଓଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଦିଲ୍ଲୀରୁ କୌଣସି ନିର୍ଦ୍ଦେଶ ମିଳିନାହିଁ । ଯାହାକୁ ନେଇ ଅସନ୍ତୁଷ୍ଟ ହୋଇ ଟିଏସ ସିଂହଦେଓ ଦିଲ୍ଲୀରେ ଡେରା ଜମାଇଛନ୍ତି । ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଓ ଟିଏସ ସିଂହଦେଓଙ୍କ ମଧ୍ୟରେ ବିବାଦ ନେଇ ଗତ ମଙ୍ଗଳବାର ରାହୁଲ ଗାନ୍ଧି ଉଭୟ ନେତାଙ୍କୁ ନେଇ ବୈଠକ କରିଥିଲେ । ଦୁଇ ନେତାଙ୍କୁ ବୁଝାଇଥିଲେ ରାହୁଲ । ତଥାପି ସମସ୍ୟାର ସମାଧାନ ହୋଇ ନଥିବା ପରିମନେ ହେଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/08/vlcsnap-2021-08-27-21h33m04s496.png)