ଗୁଜୁରାଟ ମୁଖ୍ୟମନ୍ତ୍ରୀଙ୍କୁ ଠକିଦେଲେ ଫଳ ବେପାରୀ । ମଗାଇଥିଲେ ଡ୍ରାଗନ ଫ୍ରୁଟର ବାକ୍ସ, ଖୋଲିଲା ବେଳେ ବାହାରିଲା ଏମିତି ଜିନିଷ

171

କନକ ବ୍ୟୁରୋ : ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଏବେ ସୋସିଆଲ ମିଡିଆରେ ବେସ୍ ଚର୍ଚ୍ଚିତ । କୁହାଯାଉଛି କି ତାଙ୍କୁ କେହି ଧୋକ୍କା ଦେଇଛି । କୁହାଯାଉଛି କି ତାଙ୍କୁ ଡ୍ରାଗନ ଫ୍ରୁଟ ବାକ୍ସ ସହ ଓଜନ କରାଯାଇଥିଲା । ମାତ୍ର ଯେତେବେଳେ ବାକ୍ସ ଖୋଲାଗଲା ତା ଭିତରୁ କଦଳୀ ହିଁ ବାହାରିଥିଲା । ଏହାର ଭିଡିଓ ଓ ଫଟୋ ସୋସିଆଲ ମିଡିଆରେ ବେସ୍ ଭାଇରାଲ ହେବାରେ ଲାଗିଛି ।

ସୂଚନା ମୁତାବକ ଗୁଜୁରାଟ ମୁଖ୍ୟମନ୍ତ୍ରୀ ଏବେ କଚ୍ଛ ଗସ୍ତରେ ଅଛନ୍ତି । ସେଠାରେ ସେ ବିଜେପି କର୍ମୀଙ୍କ ସହ ଭେଟ ବି କରୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ଖୁସି କରିବାକୁ କର୍ମୀମାନେ ତାଙ୍କୁ ଓଜନ କରିବାକୁ ଯାଇ ଗୋଟିଏ ପଟେ ଡ୍ରାଗନ ଫ୍ରୁଟର ବାକ୍ସ ଓ ଅନ୍ୟପଟେ ମୁଖ୍ୟମନ୍ତ୍ରୀଙ୍କୁ ବସାଇଥିଲେ । ଏହାପରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟକ୍ରମ ସାରି ସେଠାରୁ ବାହାରି ଯାଇଥିଲେ । ଏହାପରେ ଯେତେବେଳେ ସେହି ଡ୍ରାଗନ ଫ୍ରୁଟକୁ ବାଣ୍ଟିବାକୁ ବାକ୍ସ ଖୋଲାଯାଇଥଲା ସେତେବେଳେ ଲୋକମାନେ ଚକିତ ହୋଇଯାଇଥିଲେ । କାରଣ ଡ୍ରାଗନ ଫ୍ରୁଟ ବାକ୍ସରୁ କେବଳ କଦଳୀ ହିଁ ବାହାରିଥିଲା ।

କୁହାଯାଉଛି କି ମୁଖ୍ୟମନ୍ତ୍ରୀଙ୍କୁ ଓଜନ କରିବା ପୂର୍ବରୁ କୌଣସି ବିଜେପି କର୍ମୀ ବାକ୍ସ ଖୋଲିବାକୁ ଆଗ୍ରହ ପ୍ରକାଶ କରିନଥିଲେ । ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ପ୍ରତି ଧ୍ୟାନ ଥିଲା କିନ୍ତୁ ତାଙ୍କ ସହିତ ଏଭଳି ଧୋକ୍କା ହେଉଥିବା ନେଇ କେହି ଧ୍ୟାନ ଦେଇ ନଥିଲେ । ଏହି କାରଣରୁ ଏହି ଘଟଣା ଏବେ ପୁରା ଗୁଜୁରାଟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । କୁହାଯାଉଛି କି ଯଦି ଜଣେ ମୁଖ୍ୟମନ୍ତ୍ରୀଙ୍କ ସହ ଏଭଳି ଧୋକ୍କା ହୋଇପାରୁଛି ସେତେବେଳେ ସାଧାରଣ ଲୋକେ କିଭଳି ଏଭଳି ଧୋକ୍କାବାଜଙ୍କ ଠାରୁ ରକ୍ଷା ପାଇବେ ।

ଏହି ପୁରା ଘଟଣାକୁ ନେଇ ରାଜ୍ୟର କୌଣସି ବିଜେପି ନେତା କିମ୍ବା ମୁଖ୍ୟମନ୍ତ୍ରୀ ପ୍ରତିକ୍ରିୟା ଦେଇ ନାହାଁନ୍ତି । ହେଲେ ସୋସିଆଲ ମିଡିଆରେ ଏହି ଖବର ଭାଇରାଲ ହେବା ପରେ ଅନେ ଆଶା ଓ ଆଶଂକା ବଢିବାରେ ଲାଗିଛି । କହିରଖୁ କି ଗୁଜୁରାଟରେ ବିଶେଷ ଭାବେ ଅଧିକ ଡ୍ରାଗନ ଫ୍ରୁଟ୍ ଚାଷ କରାଯାଉଛି । ଏହି ଫଳ କିଲୋପ୍ରତି ୧୦୦ ଟଙ୍କା ଦାମ ରହିଛି ।