କନକ ବ୍ୟୁରୋ : ନବରଙ୍ଗପୁର ଶକ୍ତି ବଢାଉଛି କଂଗ୍ରେସ । ଜିଲ୍ଲା କଂଗ୍ରେସର ନବନିଯୁକ୍ତ ସଭାପତି ତଥା ପୂର୍ବତନ ବିଧାୟକ ଭୁଜବଳ ମାଝୀ ଶକ୍ତି ପ୍ରଦର୍ଶନ କରିଛନ୍ତି । ଚାମୁରିଆଗୁଡ଼ାଠାରୁ ସର୍କିଟ୍ ହାଉସ୍ ସମ୍ମୁଖ ପଡିଆ ପର୍ଯ୍ୟନ୍ତ ବିଶାଳ ଶୋଭାଯାତ୍ରା ହୋଇଥିଲା । ନୂଆ ନିଯୁକ୍ତି ପରେ ସର୍କିଟ୍ ହାଉସ୍ ପଡ଼ିଆରେ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ତୃଣମୂଳସ୍ତରରୁ କଂଗ୍ରେସକୁ ମଜଭୁତ କରିବା ପାଇଁ ସେ ଆହ୍ୱାନ ଦେଇଛନ୍ତି ।
ରାଜ୍ୟରେ ବିଜେଡି ଓ କେନ୍ଦ୍ରର ବିଜେପି ସରକାରଙ୍କ ଉପରେ ଲୋକଙ୍କ ଅସନ୍ତୋଷ ରହିଛି । କଂଗ୍ରେସ ସମୟରେ ଯେଉଁ ସବୁ ଯୋଜନା ହୋଇଥିଲା ତାକୁ ବିଜେପି ଓ ବିଜେଡି ସରକାର କାଟି ଦେଇଥିବା ସେ ଅଭିଯୋଗ କରିଛନ୍ତି । ବିଜେଡି ସରକାର ନିର୍ବାଚନ ଆସିଲେ ଅନେକ ଯୋଜନା କରି ଭୋଟରଙ୍କୁ ଭୁଆଁ ବୁଲାଉଛନ୍ତି ବୋଲି ଅଭିଯୋଗ କରିଛନ୍ତି ଭୁଜବଳ ମାଝୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)
/kanak/media/post_attachments/wp-content/uploads/2024/02/12-8.jpg)