ରାଜଧାନୀ ବସ୍ତିର ସୁପରସ୍ପ୍ରେଡର । ନୟାପଲ୍ଲୀ ତ୍ରିନାଥ ବସ୍ତିରୁ ଜଣେ ପଜିଟିଭଙ୍କ ସଂସ୍ପର୍ଶରେ ଆସି ୪୪ ନୂଆ ଆକ୍ରାନ୍ତ ଚିହ୍ନଟ, ଆଜି ଭୁବନେଶ୍ୱରରୁ ଆସିଛି ୧୫୯ ପଜିଟିଭ ।

261

କନକ ବ୍ୟୁରୋ: ଆଜି ଖୋର୍ଦ୍ଧାରୁ ଚିହ୍ନଟ ୨୨୩ ଆକ୍ରାନ୍ତଙ୍କ ମଧ୍ୟରୁ ଭୁବନେଶ୍ୱରରୁ ଅଛନ୍ତି ୧୫୯ । ସେମାନଙ୍କ ମଧ୍ୟରୁ ସଂଗରୋଧ କେନ୍ଦ୍ରରୁ ୧୧୮ ଜଣ ଥିବା ବେଳେ ଲୋକାଲ କଂଟାକ୍ଟ ଅଛନ୍ତି ୪୧ ଜଣ । ଭୁବନେଶ୍ୱର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୧ ଶହ ୫୦ରେ ପହଚିଂଥିବା ବେଳେ ସୁସ୍ଥ ହୋଇଛନ୍ତି ହଜାରେ ଏଗାର ଜଣ । ୧୧ ଶହ ୨୫ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ରହିଛି । ତେବେ ବସ୍ତି ଅଂଚଳରେ ସଂକ୍ରମଣ ଚିନ୍ତା ବଢାଉଛି । ନୟାପଲ୍ଲୀ ତ୍ରିନାଥ ବସ୍ତିରୁ ଚିହ୍ନଟ ହୋଇଥିବା ଜଣେ ପଜିଟିଭଙ୍କ ସଂସ୍ପର୍ଶରେ ଆସି ୪୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସମସ୍ତ ସଂକ୍ରମିତ ମହିଳା ଅଟନ୍ତି । ଏମାନଙ୍କ ମଧ୍ୟରେ ୪ ବର୍ଷ ଓ ୧୨ ବର୍ଷର ନାବାଳିକା ବି ଅଛନ୍ତି ।

ସେହିପରି ଆଇଗିଣିଆରୁ ଚିହ୍ନଟ ହୋଇଥିବା ୨୦ ଜଣ ଆକ୍ରାନ୍ତ ଜଣେ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପଜିଟିଭ ଆସିଛନ୍ତି । ୟୁନିଟ ୩ ଖାରବେଳ ନଗରରେ ମଧ୍ୟ ଜଣେ ପୂର୍ବ ସଂକ୍ରମିତଙ୍କ ସଂଶ୍ପର୍ସରେ ଆସି ୧୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜଧାନୀବାସୀଙ୍କୁ ଆଶ୍ୱସ୍ତିକର ଖବର କି , ଆଉ ୧୦୮ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ତେବେ ଭୁବନେଶ୍ୱରରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୨ହଜାର ୧୫୦ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ସକ୍ରିୟ କେସ୍ ୧ହଜାର ୧୨୫ ରହିଛି । ସେହିଭଳି ଭୁବନେଶ୍ୱରରେ ହଜାରେ ଟପିଛି ସୁସ୍ଥଙ୍କ ସଂଖ୍ୟା । ଆଜିର ୧୦୨ ସୁସ୍ଥଙ୍କୁ ମିଶାଇ ମୋଟ୍ ୧ ହଜାର ୧ ହଜାର ୧୧ ଜଣ ସୁସ୍ଥ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା ୧୨ରେ ରହିଥିବା ବିଏମସି ସୂଚନା ଦେଇଛି ।