କନକ ବ୍ୟୁରୋ: ମହିଳାମାନେ ଘର ପରିଚାଳନାରେ ଯେତିକି ସିଦ୍ଧହସ୍ତ, ଜଣେ ସଫଳ ଉଦ୍ୟୋଗୀ ଭାବେ ବ୍ୟବସାୟକୁ ଆଗକୁ ବଢ଼ାଇବା ପାଇଁ ସେତିକି ନିପୁଣ । ଭୁବନେଶ୍ୱରରେ ହେଉଥିବା ମହିଳାଙ୍କ ବ୍ୟବସାୟ ମେଳାରେ ଆୟୋଜିତ ସେମିନାରରେ ଏପରି ମତ ପ୍ରକାଶ ପାଇଛି ।

Advertisment

ସମୟ ବଦଳିବା ସହିତ ବଦଳିଛି ମହିଳାଙ୍କ ଜୀବନ ଶୈଳୀ । ଘରର ଚାରିକାନ୍ଥ ଭିତରେ ନୁହେଁ, ସମୟ ସହ ତାଳ ମିଳାଇ ଆଗକୁ ବଢ଼ୁଛନ୍ତି ମହିଳା । ଭୁବନେଶ୍ୱରରେ ଆୟୋଜିତ ମହିଳାଙ୍କ ବ୍ୟବସାୟ ମେଳା, ଏହାର ବଡ଼ ଉଦାହରଣ ପାଲଟିଛି । ମହିଳା ବ୍ୟବସାୟୀଙ୍କ ଉତ୍ସାହ ଦେଖିଲେ ଏହା ବୁଝାପଡ଼ୁଛି । ବିଜିାନସ୍ ମେଳାର ତୃତୀୟ ଦିନରେ ମହିଳାଙ୍କ ଶିକ୍ଷା, ପରିଚାଳନା ଦକ୍ଷତାକୁ ନେଇ ଆଲୋଚନା ହୋଇଛି । କର୍ପୋରେଟ୍ କ୍ଷେତ୍ରରେ ମଧ୍ୟ ମହିଳାଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ମହିଳାଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅନେକ ଯୋଜନା କରୁଥିବା କହିଛନ୍ତି ଏମଏସଏମଇ ଉପ ନିର୍ଦ୍ଦେଶକ ।

କେବଳ ବ୍ୟବସାୟ ନୁହେଁ, ରାଜନୀତିରେ ମଧ୍ୟ ମହିଳାଙ୍କ ଭାଗିଦାରୀ ଦିନକୁ ଦିନ ବଢ଼ୁଛି । ମହିଳାଙ୍କ ବିଜିନେସ୍ ମେଳାରେ ମହିଳା ଓ ରାଜନୀତିକୁ ନେଇ ହୋଇଥିବା ଆଲୋଚନା ଚକ୍ରରେ ସାମିଲ ହୋଇଥିଲେ ସାଂସଦ ଅଚ୍ୟୁତ ସାମନ୍ତ ଓ ସୁଜିତ କୁମାର । ତିନି ଦିନ ଧରି ମହିଳାଙ୍କ ବିଜିନେସ୍ ମେଳାରେ ପ୍ରବଳ ଜନ ସମାଗମ ହେଉଛି । ବିଭିନ୍ନ ଷ୍ଟଲରେ ଗ୍ରାହକଙ୍କ ଭିଡ଼ ଜମୁଛି । ଲୋକଙ୍କ ମନକୁ ଛୁଇଁପାରିଛି ଏହି ବିଜିନେସ୍ ମେଳା ।