କନକ ବ୍ୟୁରୋ : ହଜିଲା ଭାଇକୁ ଖୋଜୁଛି ପୋଷ୍ଟର । ହଜିଲା ଭାଇକୁ ଖୋଜି ଖୋଜି ନୟାନ୍ତ ହେଲେ ଭଉଣୀ । ପୋଲିସ ବି ଶୁଣିଲାନି । ଶେଷରେ ସହରର ବିଭିନ୍ନ ସ୍ଥାନରେ ଲଗାଇଲେ ପୋଷ୍ଟରା ଭୁବନେଶ୍ୱରର ବାପୁଜୀ ନଗରରେ ରହୁଥିବା ଏକ ପରିବାରର ଏହା ହେଉଛି କରୁଣ କାହାଣୀ । ଖବର ଅନୁସାରେ, ଏହି ଅଂଚଳରେ ରହୁଥିବା ବାପି ପ୍ରଧାନ ଗତବର୍ଷ ଅଗଷ୍ଟ ମାସରେ ବାଲେଶ୍ୱରରେ କାମ କରିବାକୁ ଘରୁ ବାହାରିଥିଲେ । କିନ୍ତୁ ତାଙ୍କର ଏବେ ପତ୍ତା ମିଳୁନି ।
ଠିକାଦାରକୁ ଯୋଗାଯୋଗ କଲେ ବି ସେ କିଛି ଉତର ଦେଉନାହିଁ । ଘରର ଅବସ୍ଥା ବି ବହୁତ ଶୋଚନୀୟ । ଏଭଳି ସ୍ଥଳେ ଭାଇ ନିଖୋଜର ଅନେକ ପ୍ରଶ୍ନ ଖୋଜୁଛନ୍ତି ଏହି ଭଉଣୀ । ପୋଲିସ ଷ୍ଟେସନକୁ ଯାଇ ବି ଏମାନେ ନୟାନ୍ତ ହୋଇଚନ୍ତି ।