ରାଜଧାନୀରେ ଯୁବକଙ୍କ ଆତଙ୍କରାଜ : ସହିଦନଗର ଥାନା ଅଞ୍ଚଳରେ ଏକ ଆପାର୍ଟମେଣ୍ଟରେ ଆତଙ୍କରାଜ ଚଳାଇଲେ ଯୁବକ

ସୋସିଆଲ ମିଡିଆରେ ଦୃଶ୍ୟ ଭାଇରାଲ; ଥାନାରେ ଫେରାଦ ହେଲେ ଲୋକେ

105

କନକ ବ୍ୟୁରୋ : ରାଜଧାନୀରେ ଯୁବକଙ୍କ ଆତଙ୍କରାଜ । ସହିଦନଗର ଥାନା ଅଂଚଳର ବାଙ୍କୁଆଳର ଏକ ଆପାର୍ଟମେଂଟରେ ଯୁବକ ଆତଙ୍କ ଖେଳାଇଛନ୍ତି । ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହୋଇଛି । ଏ ନେଇ ଆପାର୍ଟମେଂଟର ଲୋକ ସହିଗନଗର ଥାନାରେ ଅଭିଯୋଗ କରିଛନ୍ତି । ଏ ନେଇ ଛାନଭିନ କରୁଛି ପୁଲିସ ।

ରାଜଧାନୀରେ ଦିନକୁ ଦିନ ଅପରାଧ ବଢି ବଢି ଚାଲିଛି । ଯାହା ଫଳରେ ଲୋକେ ଏବେ ଘରୁ ବାହାରିବାକୁ ଡରିଲେଣି । ସେପଟେ, ଭୁବନେଶ୍ୱରରେ ଯୁବତୀ ବେଶରେ ଘରେ ପଶି ମାଆ, ଝିଅଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ଅଭିଯୁକ୍ତ ଗିରଫ । ଅଭିଯୁକ୍ତ ପଡୋଶୀ ରୁପେଶ ପଣ୍ଡାକୁ ଗିରଫ କଲା ପୋଲିସ । ଲୁଟ୍ ପାଇଁ ଯୁବତୀ ବେଶରେ ଯାଇ ଏଭଳି କାଣ୍ଡ ଘଟାଇଥିବା ସ୍ପଷ୍ଟ ହେଉଛି ।

ରୂପେଶ ବିରୋଧୀରେ ସଂଗୀନ ଦଫା ଲାଗିଛି । ୩୦୭ ହତ୍ୟା ଉଦ୍ୟମ, ୩୯୩ ଲୁଟ୍ ଉଦ୍ୟମ ପରି ଦଫା ଲାଗିଛି । ଗତକାଲି ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ଚନ୍ଦ୍ରଶେଖରପୁର ଥାନାରେ ରୁପେଶ ପଣ୍ଡାକୁ ଅଟକ ରଖିଥିଲା ପୋଲିସ । ସୋମବାର ଦିନ ପ୍ରାୟ ୧୨ଟା ବେଳେ ରାଜଧାନୀର ଶୈଳଶ୍ରୀବିହାର ଅଂଚଳରେ ଯୁବତୀ ବେଶରେ ପଡୋଶୀଙ୍କ ଘରେ ପଶି ରୂପେଶ ପଣ୍ଡା ଉନ୍ମତକାଣ୍ଡ ଘଟାଇଥିଲେ ।