ଖୋଲିଲା ଭୁବନେଶ୍ୱରର ୪ ନମ୍ବର ମାର୍କେଟ : ୧୦ ଆକ୍ରାନ୍ତ ଚିହ୍ନଟ ହେବା ପରେ ହୋଇଥିଲା ସିଲ୍; ନିୟମ ମାନିବାକୁ ଅଣ୍ଡରଟେକିଂ ଲେଖିକିଦେଲେ ବ୍ୟବସାୟୀ

202

କନକ ବ୍ୟୁରୋ : ଭୁବନେଶ୍ୱରର ୟୁନିଟ-୪ ମାର୍କେଟ ୧୪ ଦିନ ବନ୍ଦ ରହିବା ପରେ ଆଜି ଖୋଲିଛି ।  ଏହି ମାର୍କେଟରୁ ୧୦ ଜଣ କରୋନା ପଜିଟିଭ ଚିହ୍ନଟ ହେବା ପରେ  ବିଏମସି ଏହି ମାର୍କେଟକୁ ବନ୍ଦ କରିଦେଇଥିଲା ।  ଏହାପରେ ମାଛ ବ୍ୟବସାୟୀଙ୍କ ସ୍ୱାବ ସଂଗ୍ରହ କରାଯାଇଥିଲା ।  ଏଥିର ଆଉ ଜଣେ ପଜିଟିଭ ବାହାରିଥିଲେ । ଏହାପରେ ମାର୍କେଟକୁ ବିଶୋଧନ କରାଯାଇଥିଲା । ସିଲକୁ ୧୪ ଦିନ ପୁରିଯାଇତିବାରୁ ମାର୍କେଟକୁ ଖୋଲାଯିବାକୁ ନିଷ୍ପତି ହୋଇଛି । ୟୁନିଟ-୪ ମାର୍କେଟ ହେଉଛି ଭୁବନେଶ୍ୱରର ସବୁଠୁ ବଡ ଆମିଷ ।

ତେଣୁ  ବ୍ୟବସାୟୀଙ୍କ ଅଣ୍ଡରଟେକିଂ ଲେଖି ମାର୍କେଟ ଖୋଲିବାକୁ ନିଷ୍ପତି ହୋଇଛି ।  ମାର୍କେଟରେ  ଯେପରି ବ୍ୟବସାୟୀ ମାସ୍କ ପିନ୍ଧିବେ, ମାସ୍କ ପିନ୍ଧି ନଥିଲେ ଗ୍ରାହକଙ୍କୁ  ସାମଗ୍ରୀ ଦେବେନି, ସାମାଜିକ ଦୂରତା ନ ମାନିବେ  ସେଇ  ବିଏମଏସି ଏସଓପି ମାନିବାକୁ  ଲିଖିତ ଭାବେ ଜଣାଇଛନ୍ତି ।