କନକ ବ୍ୟୁରୋ : ବନ୍ଧୁକ ମୁନରେ ଛାତ୍ରଙ୍କୁ ଅପହରଣ ଅଭିଯୋଗ । ଭୁବନେଶ୍ୱର ଲକ୍ଷ୍ମୀସାଗର ଅଂଚଳର ଜଣେ ଛାତ୍ରଙ୍କୁ ଅପହରଣ ଅଭିଯୋଗ ହୋଇଛି । ୩୦ ଲକ୍ଷ ଟଙ୍କା ଦାବି କରିଥିଲେ ଅପହରଣକାରୀ । ଏନେଇ ପରିବାର ପକ୍ଷରୁ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରାଯାଇଥିଲା । ସ୍ପେଶାଲ ସ୍କ୍ୱାର୍ଡ ଓ ଲକ୍ଷ୍ମୀସାଗର ଥାନା ପୋଲିସ ଛାତ୍ର ଜଣଙ୍କୁ ଉଦ୍ଧାର କରିଛି ।

Advertisment

ମୋବାଇଲ ଟ୍ରକିଂ କରି ଯୁବକଙ୍କୁ ଉଦ୍ଧାର କରିଛି ପୋଲିସ । ଏହି ଘଟଣାରେ ପୋଲିସ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି । ଗୋଟିଏ କାର ମଧ୍ୟ ଜବତ କରାଯାଇଛି । ଛାତ୍ର ଜଣଙ୍କ ଜଣେ ବ୍ୟବସାୟୀଙ୍କ ପୁଅ । ସେ ବାଙ୍ଗାଲୋରରେ ପାଠ ପଢୁଥିବା ବେଳେ କରୋନା ପାଇଁ ସେ ଘରକୁ ଆସିଥିଲେ ।