ବିହାରରେ ଡିମାଣ୍ଡ ଭୁବନେଶ୍ୱର ଗଞ୍ଜେଇ । ଧରା ହେଲେ ୫ ବିହାରୀ ଦଲାଲ

146

କନକ ବ୍ୟୁରୋ : ଆକ୍ସନ ମୋଡରେ ଭୁବନେଶ୍ୱର ଅବକାରୀ ବିଭାଗ । ସାବାଡ ହେବେ ମଦ, ଗଞ୍ଜେଇ ମାଫିଆ ଆଉ ଡ୍ରଗ ଡିଲର । ନିଶା କାରବାରରେ ଲିପ୍ତ ଏହି ଦଲାଲଙ୍କରୁ ଭୁବନେଶ୍ୱର ଅବକାରୀ ବିଭାଗର କଡା ଚେତାବନୀ । ଗଳି କନ୍ଦିରେ ଧଳା ଜହର କାରବାର ହେଉ ଅବା ସାହି, ସାହିରେ ମଦ ଗଞ୍ଜେଇ କାରବାର । ରାଜଧାନୀରେ ଥିବା ଛୋଟରୁ ବଡ ଅଭ୍ୟାସଗତ ଅପରାଧୀଙ୍କୁ ଏବେ ତଡିପାର କରିବାକୁ ପଦକ୍ଷେପ ନେଉଛି ଅବକାରୀ ବିଭାଗ । ଆଗକୁ ନିର୍ବାଚନ ଥିବାରୁ ଏହି ବେଆଇନ କାରବାର ଉପରେ ରୋକ ଲଗାଇବାକୁ ସ୍ପେଶାଲ ଟିମ ଗଠନ କରାଯିବା ସହ ଚଢାଉକୁ ଜୋରଦାର କରାଯାଉଛି ।

ଭୁବନେଶ୍ୱରରୁ ବିହାରକୁ ଗଞ୍ଜେଇ ଚାଲାଣ ବେଳେ, ଅବକାରୀ ବିଭାଗ ହାତରେ ଧରା ପଡିଛନ୍ତି ବିହାରୀ ଗ୍ୟାଙ୍ଗ । ଏହି ଗ୍ୟାଙ୍ଗ ଗଞ୍ଜେଇ ନେଇ, ବିହାରର ବିଭିନ୍ନ ଡ୍ୟାନ୍ସବାର ଓ କ୍ଲବରେ ଚଢା ଦରରେ ବିକ୍ରି କରୁଥିଲେ । ନିଶା କରାଇବା ପାଇଁ ଯୁବପିଢୀ ଓ ଛାତ୍ରଛାତ୍ରୀ ମାନଙ୍କୁ ଏଥିରେ ବ୍ରାଉନସୁଗାର ମଧ୍ୟ ଯୋଗାଉଥିବା ଅଭିଯୋଗ ହୋଇଛି । ତେବେ ଏହି ଗ୍ୟାଙ୍ଗ ଧରା ପଡିବା ପରେ, ଏମାନଙ୍କ ପଛର ମାଷ୍ଟର ମାଇଣ୍ଡକୁ ଧରିବାକୁ ଯୋଜନା କରୁଛି ଭୁବନେଶ୍ୱର ଅବକାରୀ ବିଭାଗ ।

ଗତ ମାସକ ଭିତରେ ୧୫୦ ଜଣ ଅଭିଯୁକ୍ତଙ୍କୁ ହାତ କଡି ପିନ୍ଧାଇ ପ୍ରାୟ ୫ ହଜାର ଲିଟର ଦେଶୀ ମଦ, ୨ଟି ଚାରି ଚକିଆ ଯାନ, ୪ଟି ୨ ଚକିଆ ୫୦ ଲକ୍ଷର ବ୍ରାଉନସୁଗାର, ୨୦ ଲକ୍ଷର ଗଞ୍ଜେଇ ଜବତ କରିଛି ଭୁବନେଶ୍ୱର ଅବକାରୀ ବିଭାଗ ।