ଅଟକିଲା ଏକାମ୍ରକାନନ ଫାର୍ମର ଜମି ହସ୍ତାନ୍ତର ପ୍ରକ୍ରିୟା : ପୂର୍ବଭଳି ଜାରି ରହିବ ରକ୍ଷଣାବେକ୍ଷଣ କାମ, ଫାର୍ମ ସହକାରୀ ଉଦ୍ୟାନ କୃଷି ନିର୍ଦ୍ଦେଶକଙ୍କୁ ଚିଠି, ବିରୋଧ ପରେ ବଦଳିଲା ନିଷ୍ପତ୍ତି

129

କନକ ବ୍ୟୁରୋ : ଚାରିଆଡୁ ବିରୋଧ ପରେ ନିଷ୍ପତ୍ତି ବଦଳାଇଲେ ସରକାର । ଅଟକିଲା ଏକାମ୍ରକାନନ ଫାର୍ମ ଜମି ହସ୍ତାନ୍ତର ପ୍ରକ୍ରିୟା । ଏକାମ୍ରକାନନ ଫାର୍ମର ମୋଟ ୨୫ ଦଶମିକ ୯୬୭ ଏକର ଜମିରୁ ୨୦ ଦଶମିକ ୧୯୨ ଡେସିମିଲି ଜମି ହସ୍ତାନ୍ତର ପ୍ରକ୍ରିୟାକୁ ବର୍ତମାନ ପାଇଁ ସ୍ଥଗିତ ରଖାଯାଇଛି । ଫାର୍ମର ରକ୍ଷଣାବେକ୍ଷଣ କାମ ପୂର୍ବଭଳି ନିଷ୍ପତ୍ତି ହୋଇଛି । ଏନେଇ ଏକାମ୍ରକାନନକ ସହକାରୀ ଉଦ୍ୟାନ କୃଷି ନିର୍ଦ୍ଦେଶକଙ୍କୁ ଚିଠି ଲେଖିଛନ୍ତି ଉଦ୍ୟାନ କୃଷି ବିଭାଗ ନିର୍ଦ୍ଦେଶକ ।

ଏକାମ୍ରକାନନ ଫାର୍ମର ୨୦ ଦଶମିକ ୧୯୨ ଏକର ଜମି ସାଧାରଣ ପ୍ରଶାସନ ବିଭାଗକୁ ହସ୍ତାନ୍ତର କରିବାକୁ ସେପେଟମ୍ବର ମାସରେ ଫାର୍ମର ସହକାରୀ ନିର୍ଦ୍ଦେଶକଙ୍କୁ ଚିଠି ଲେଖାଯାଇଥିଲା । ଏହାକୁ ନେଇ ଚାରିଆଡୁ ବିରୋଧ ପ୍ରଦର୍ଶନ କରାଯାଇଥିଲା । ଆନ୍ଦୋଳନ କରିବାକୁ ବିରୋଧୀ ଦଳ ଚେତାବନୀ ଦେଇଥିଲେ । ଏପରିକି ଏ ନେଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ବି ଦାୟର ହୋଇଥିଲା । ଏହାପରେ ନିଷ୍ପତ୍ତି ବଦଳାଇଛନ୍ତି ସରକାର ।

ରାଜଧାନୀର ମଧ୍ୟଭାଗରେ ସବୁଜିମାରେ ଭରିରହିଥିବା ଏକାମ୍ରକାନନ ଫାର୍ମ ସହ ପୂର୍ବର୍ତନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକ ଓ ବିଜୁ ପଟ୍ଟନାୟକଙ୍କ ଅନେକ ସ୍ମୃତି ରହିଛି । ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଏଠାକୁ ଅନେକ ଥର ଆସୁଥିଲେ । କିନ୍ତୁ ଗତ କିଛି ବର୍ଷ ମଧ୍ୟରେ ଏହି ଫାର୍ମର ଜମିକୁ ରାସ୍ତା ସଂପ୍ରସାରଣ ଓ ମାର୍କେଟ କମ୍ପେ୍ଲକ୍ସ ପାଇଁ ଅଧିଗ୍ରହଣ କରାଯାଇଥିଲା । ଏହାକୁ ବିଭିନ୍ନ ମହଳରୁ ବିରୋଧ ହେବା ପରେ ନିଷ୍ପତି ବଦଳାଇଛନ୍ତି ସରକାର ।