ପର୍ବତାରୋହଣ କରି ତ୍ରିରଙ୍ଗା ଉଡ଼ାଇବେ ଗୋ ଇଣ୍ଡିଆ ଟିମ୍ : ଆସନ୍ତା ୧୫ ଅଗଷ୍ଟ ଦିନ ପର୍ବତାରୋହଣ କରି ତ୍ରିରଙ୍ଗା ଉଡ଼ାଇବେ ଏହି ଟିମ୍

39

କନକ ବ୍ୟୁରୋ : ଗୋ ଇଣ୍ଡିଆ ଆଡଭେଞ୍ଚର ଟିମ୍ ପକ୍ଷରୁ ୧୫ଜଣିଆ ଟିମ୍‌ ହିମାଚଳପ୍ରଦେଶର ମାଉଣ୍ଟ ୟୁନାମ୍ ପର୍ବତ ଆରୋହରଣ କରିବେ। ଏଥିପାଇଁ ଏହି ଟିମ୍ ଭୁବନେଶ୍ବରରୁ ହିମାଚଳପ୍ରଦେଶ ଅଭିମୁଖେ ଯାତ୍ରା କରିବ ବୋଲି ଜଣାପଡ଼ିଛି । ଏହି ପର୍ବତାରୋହୀମାନେ ଏକ ୯ ଦିନିଆ ପର୍ବତାରୋହଣ ଅଭିଯାନରେ ଯାଇ ଅଗଷ୍ଟ ୧୫ ତାରିଖରେ ୬୧୦୦ ମିଟର ଉଚ୍ଚ ମାଉଣ୍ଟ ୟୁନାମ୍‌ର ଶିଖରରେ ପହଞ୍ଚିବା ପାଇଁ ଲକ୍ଷ୍ୟ ରଖିଛନ୍ତି । ସେମାନେ ଏଠାରେ ୨୪ଘଣ୍ଟା ରହି ୧୫୧ଫୁଟ୍‌ର ଜାତୀୟ ପତାକାକୁ ଉଡ଼ାଇବେ ଏବଂ କୋଭିଡ୍‌ ମହାମାରୀ ମୃତ୍ୟୁବରଣ କରିବା ଯୋଦ୍ଧାମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ ବୋଲି କହିଛନ୍ତି ।

ଏହି ଉପଲକ୍ଷେ  କଳିଙ୍ଗ ଷ୍ଟାଡିୟମ ଗେଟ୍-୩ ଠାରେ ଫ୍ଲାଗ୍ ଅଫ୍‌ ଉତ୍ସବ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ କ୍ରୀଡ଼ା ଓ ଯୁବ ସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ଯୋଗ ଦେଇ ପର୍ବତାରୋହୀମାନଙ୍କୁ ଉତ୍ସାହିତ କରିଥିଲେ । ସେ କହିଥିଲେ ଯେ ଏହା ଓଡ଼ିଶା ପାଇଁ ଏକ ଗର୍ବର କଥା। ପର୍ବତ‌ାରୋହୀଙ୍କ ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାରର ବ୍ୟବସ୍ଥା କରିଛନ୍ତି । ଅଭିନେତା ସବ୍ୟସାଚୀ ମିଶ୍ର ମଧ୍ୟ କାର୍ଯ୍ୟକ୍ରମରେ ଯୋଗ ଦେଇ ପର୍ବତାରୋହୀମାନଙ୍କୁ ପ୍ରେରଣା ଦେବା ସହ ଶୁଭକାମନା ଜଣାଇଥିଲେ ।