କନକ ବ୍ୟୁରୋ: ଭୁବନେଶ୍ୱର ଏୟାରଫିଲ୍ଡ ଥାନା ଅଂଚଳରେ ଦୀପାବଳି ରାତିରେ ଘଟିଥିବା ଅମରେଶ ନାୟକ ହତ୍ୟାକାଣ୍ଡର ଦୁଇଜଣ ଅଭିଯୁକ୍ତ ଗିରଫ ହୋଇଥିବା ସୂଚନା ମିଳିଛି । ଭୁୁବନେଶ୍ୱର ବାହାରୁ ଏହି ଦୁଇଜଣଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ଏମାନେ ଦୁଇଜଣ ହେଲେ ରାଘବ ଓ ଜଗଦୀଶ । ଦୀପାବଳି ରାତିରେ ଏମାନେ ହତ୍ୟାକାଣ୍ଡ ଘଟାଇ ରାଜ୍ୟ ବାହାରକୁ ଚାଲିଯାଇଥିଲେ । ସ୍ପେଶାଲ ସ୍କାର୍ଡ ଟିମ୍ ଛାନଭିନ କଲା ପରେ ରାଘବ ଓ ଜଗଦୀଶ ଗିରଫ କରିଛନ୍ତି ।
ଦୀପାବଳି ରାତିରେ ବାଣଫୁଟାକୁ ନେଇ ଗଣ୍ଡଗୋଳରୁ ଅମରେଶ ନାୟକଙ୍କୁ ହତ୍ୟା କରାଯାଇଥିଲା । ଅମରେଶଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଥିଲା । ଏୟାରଫିଲ୍ଡ ଥାନା ପଛପଟେ ଏକାମ୍ର କଲେଜକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାରେ ଘଟିଥିଲା ଏହି ହତ୍ୟାକାଣ୍ଡ । ରାସ୍ତା ଉପରେ ଅମରେଶଙ୍କୁ ପିଟିପିଟି ମାରି ଦେଇଥିବା ଅଭିଯୋଗ ହୋଇଥିଲା । ଅମରେଶଙ୍କ ଘର ବିଡିଏ ହାଉସିଂବୋର୍ଡ କପିଳ ପ୍ରସାଦରେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/11/HATAKADI.jpg)
/kanak/media/post_attachments/wp-content/uploads/2019/11/BBSR-1-750x430-300x172.jpg)