କନକ ବ୍ୟୁରୋ : ଆପଣ କୌଣସି ଜନ ଗହଳିପୁର୍ଣ୍ଣ ସ୍ଥାନକୁ ଯାଉଛନ୍ତି କି । ଆଖ ପାଖରେ କିଛି ଅଚିହ୍ନା ମହିଳାଙ୍କୁ ଦେଖୁଛନ୍ତି କି । କିମ୍ବା ଅଣ ଓଡିଆ ଭାଷା କହୁଥିବା ମହିଳା ଆପଣ ମାନଙ୍କ ନିକଟତର ହେବାକୁ ଚାହୁଁଛନ୍ତି କି । ଯଦି ହଁ , ତାହେଲେ ଟିକିଏ ସତର୍କ ହୋଇଯାନ୍ତୁ । କାହିଁକି ନା ଏହି ଅଣ ଓଡିଆ ମହିଳା ଗ୍ୟାଙ୍ଗ ଏବେ ଉତପାତ କରିବା ଆରମ୍ଭ କରି ଦେଲେଣି । ଏକୁଟିଆ ମହିଳାଙ୍କୁ ଦେଖି ସୁନା ଝାମ୍ପି ଚମ୍ପଟ ମାରୁଛନ୍ତି । ଭୁବନେଶ୍ୱରରେ ସତସଙ୍ଗ ପାଇଁ ଆସିଥିବା ଦୁଇ ମହିଳାଙ୍କ ଠାରୁ ସୁନା ଝାମ୍ପିଥିବା ନେଇ ମଂଚେଶ୍ୱର ଥାନାରେ ଅଭିଯୋଗ ହୋଇଛି । ଗଞ୍ଜାମ କବି ସୁର୍ଯ୍ୟନଗରର ଜଣେ ମହିଳାଙ୍କ ବେକରୁ ୨ ଭରିର ସୁନା ଚେନ ଲୁଟ ହୋଇଛି । ସେହିପରି ପାତ୍ରପଡାର ଜଣେ ମହିଳାଙ୍କ ବେକରୁ ଚେନ ଝାମ୍ପିଲା ବେଳେ ଚୋରକୁ ମାଡି ବସିଲେ ମହିଳା ।

Advertisment

ମହିଳା ଚୋରକୁ କାବୁ କରି ମଂଚେଶ୍ୱର ଥାନା ଜିମା ଦେଇଛନ୍ତି ମହିଳା । ଏହି ଜଣକ ଚେଲୁଗୁ ସଂପ୍ରଦାୟର ବୋଲି ଜଣା ପଡିଛି । ଏହି ଗ୍ୟାଙ୍ଗରେ ପ୍ରାୟ ୧୦ରୁ ଅଧିକ ମହିଳା ରହିଥିବା ଜଣା ପଡିଛି । ବିଶେଷ କରି ଜନ ଗହଳିପୁର୍ଣ୍ଣ ସ୍ଥାନ ଏବଂ ବଜାର ମାନଙ୍କରେ ଏମାନେ ମହିଳାଙ୍କ ପାଖାକୁ ଆସନ୍ତି ଆଉ ସୁଯୋଗ ମିଳିବା ମାତ୍ରେ ଚେନ ଝାମ୍ପି ଛୁ ମାରନ୍ତି   । ଏଣୁ ଜନ ଗାହଳିପୁର୍ଣ୍ଣ ସ୍ଥାନରେ ସତର୍କତା ଅବଲମ୍ବନ କରିବାକୁ ଅତିରିକ୍ତ ଡିସିପି କହିଛନ୍ତି ।

ଭୁବନେଶ୍ୱରରେ ପ୍ରତିଦିନି ଏହି ଭଳି ଘଟଣା ଦେଖିବାକୁ ମିଳୁଛି । ଲୁଟେରା ଓ ରୋଡ ରୋମିଓଙ୍କ ଉତପାତ ଏବେ ସବୁ ସୀମା ପାର କରି ସାରିଲେଣି । ଆଉ ଏବେ ମହିଳା ଲୁଟେରାଙ୍କ କାରନାମା ପୁଲିସର ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ତେବେ କେବେ ଏହି ଗ୍ୟାଙ୍ଗକୁ ପୁଲିସ ଠାବ କରିବ ତା ଉପରେ ସମସ୍ତଙ୍କ ନଜର ।