ପ୍ରିୟଙ୍କା ହତ୍ୟା ମାମଲାରେ ପୋଲିସର ତନାଘନା । ଯାଜପୁର ଯାଇ ଅଧିକ ତଦନ୍ତ କରିବ ଟିମ୍ । ସେପଟେ ହତ୍ୟାକାଣ୍ଡ ଘଟିଥିବା ସ୍ଥାନକୁ ପୁଣି ଥରେ ଖୋଳତାଡ଼ କଲା ପୋଲିସ୍

519

କନକ ବ୍ୟୁରୋ: ପ୍ରିୟଙ୍କା ହତ୍ୟା ମାମଲାରେ ତନାଘନା ଆରମ୍ଭ କରିଛି ପୋଲିସ୍ । ତଦନ୍ତ ପାଇଁ ଏକ ଟିମ୍ ଗଠିତ ହୋଇଛି । ଏହି ଟିମ୍ ଯାଜପୁର ଯାଇ ଅଧିକା ତଦନ୍ତ କରିବ । ଅଭିଯୁକ୍ତ ଜଗନ୍ନାଥ ଏବେ ଚିକିତ୍ସିତ ହେଉଛନ୍ତି । ସେ ସୁସ୍ଥ ହେଲେ ତାଙ୍କୁ ପଚରାଉଚରା କରାଯିବ । କାହିଁକି ହତ୍ୟା କଲେ ଓ କେମିତି ହତ୍ୟା କଲେ, ଶେଷ ମୁହୂର୍ତରେ କ’ଣ ଘଟିଥିଲା, ଏସବୁ ତାଙ୍କରି ପାଖରେ ରହିଛି ।

ଏପଟେ ଆଜି ପୁଣି ଥରେ ପୋଲିସ୍ ମୃତ୍ୟୁ ହୋଇଥିବା ସ୍ଥାନକୁ ଯାଇଥିଲା । ଅଧିକ ତଥ୍ୟ ସଂଗ୍ରହ ପାଇଁ ସେଠାରେ ଛାନଭିନ୍ କରିଥିଲା । ଏନେଇ ଭୁବନେଶ୍ୱର ଡିସିପି ସୂଚନା ଦେଇଛନ୍ତି । ସେପଟେ ଜଗନ୍ନାଥ ଲେଖିଥିବା ସୁଇସାଇଡ ନୋଟକୁ ଷ୍ଟେଟ ଫରେନସିକ ଲାବରଟୋରିକୁ ପଠାଯିବ ।