କନକ ବ୍ୟୁରୋ : ଭୁବନେଶ୍ୱର ଭୀମଟାଙ୍ଗି ପ୍ରିୟଙ୍କା ସାହୁ ହତ୍ୟା ଘଟଣାରେ ଅଭିଯୁକ୍ତ ଜଗନ୍ନାଥ ପ୍ରଧାନ ମେଡିକାଲରୁ ଡିସଚାର୍ଜ ହୋଛନ୍ତି । ଏମ୍ସରୁ ଡିସଚାର୍ଜ ପରେ ଏୟାରଫିଲ୍ଡ ଥାନାରେ ଜଗନ୍ନାଥ ପ୍ରଧାନକୁ ଜେରା କରୁଛି ପୁଲିସ । ଜେରା ଶେଷ ପରେ କୋର୍ଟ ଚାଲାଣ କରିବ ପୁଲିସ । ଏହି ସମୟରେ ଏୟାରଫିଲ୍ଡ ଥାନା ଭିତରେ ଜଗନ୍ନାଥର କୋଭିଡ଼ ଟେଷ୍ଟ କରାଯାଇଛି ।
ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଥିବା ବେଳେ ଜଗନ୍ନାଥ ସୁସ୍ଥ ଥିବା ଜଣାପଡ଼ିଛି । ଗତ ୫ ତାରିଖରେ ପ୍ରିୟଙ୍କାଙ୍କୁ ଜଗନ୍ନାଥ ନିର୍ମମ ଭାବେ ହତ୍ୟା କରିଥିଲେ । ଏହା ପରେ ସେ ନିଜେ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଘଟଣା ପରେ ମେଡିକାଲରେ ରହି ଚିକିତ୍ସିତ ହେଉଥିଲେ ଜଗନ୍ନାଥ । ପ୍ରେମ ବ୍ୟାପାରକୁ ନେଇ ଏହି ହତ୍ୟାକାଣ୍ଡ ହୋଇଥିଲା । ପୁଲିସ ଏବେ ବି ତଦନ୍ତ ଜାରି ରଖିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/07/15-22.jpg)