ଯୁଦ୍ଧକାଳୀନ ଭିତିରେ ବିଏମସି କରୁଛି କାମ ! ଦୁଇଦିନ ମଧ୍ୟରେ ପରିଷ୍କାର ହୋଇଯିବ ଭୁବନେଶ୍ୱର

Advertisment
‘ଫୋନି’ ପରେ ସୁଧୁରୁଛି ୬ ଜିଲ୍ଲାର ସ୍ଥିତି । ୭ ଦିନ ମଧ୍ୟରେ ସମସ୍ତ ଗାଁକୁ ପାନୀୟ ଜଳ ଯୋଗାଣ ପାଇଁ ରାଜ୍ୟ ସରକାରଙ୍କ ପ୍ରୟାସ ।

କନକ ବ୍ୟୁରୋ : ରାଜଧାନୀରେ ବାତ୍ୟା ଫୋନିର ମୁକାବିଲା କରିବା ପାଇଁ ବିଏମସି ଯୁଦ୍ଧକାଳୀନ ଭିତିରେ ବିଭିନ୍ନ କାର୍ଯ୍ୟ ଆରମ୍ଭ କରିଛି । ରାଜଧାନୀର ସମସ୍ତ ଅର୍ଥାତ୍ ୬୭ ଟି ୱାର୍ଡରେ ସଫେଇ କାମ ଜାରି ରହିଛି । ଏଥିରେ ୫୧୬ ଟି ଗାଡି ସହ ୩ ହଜାର ସଫେଇ କର୍ମଚାରୀ ନିୟୋଜିତ ଅଛନ୍ତି । ତେବେ ଦୁଇ ଦିନ ମଧ୍ୟରେ ରାଜଧାନୀର ସଫେଇ କାମ ତ୍ୱରାନ୍ୱିତ କରି ରାସ୍ତାରେ ପଡି ରହିଥିବା ଗଛପତ୍ର ଉଠାଯିବ ବୋଲି ବିଏମସି ପକ୍ଷରୁ ସୂଚନା ଦିଆଯାଇଛି ।

publive-imageତେବେ ଫୋନିରେ ରାଜଧାନୀରେ ଅନେକ ସ୍ଥାନରେ ବଡବଡ ଗଛ ଉପୁଡିଯିବା ସହ ରାସ୍ତା ଉପରେ ଅନେକ ଅପରିଷ୍କାର ସାମଗ୍ରୀ ପଡିରହିଛି । ତେଣୁ ସ୍ୱାଭାବିକ ଭାବରେ ଯାତାୟତରେ ବାଧା ଉପୁଜିଛି । ତାହାକୁ ଦୃଷ୍ଟିରେ ରଖି ବିଏମସି ଯୁଦ୍ଧାକାଳୀନ ଭିତିରେ କାମ ଆରମ୍ଭ କରିଛି । ଖୁବଶୀଘ୍ର ରାଜଧାନୀକୁ ସ୍ୱାଭାବିକ କରିବା ପାଇଁ ବିଭିନ୍ନ ସ୍ଥାନରେ ଜୋରସୋରରେ ମଧ୍ୟ କାମ ଚାଲୁଛି । ଅଳ୍ପଦିନ ପରେ ପୁଣି ଥରେ ଭୁବନେଶ୍ୱର ପୂର୍ବପରି ପରିଷ୍କାର ହୋଇଯିବା ବୋଲି ବିଏମସି ପକ୍ଷରୁ ସୂଚନା ଦିଆଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe