କନକ ବ୍ୟୁରୋ : ରାଜଧାନୀରେ ବାତ୍ୟା ଫୋନିର ମୁକାବିଲା କରିବା ପାଇଁ ବିଏମସି ଯୁଦ୍ଧକାଳୀନ ଭିତିରେ ବିଭିନ୍ନ କାର୍ଯ୍ୟ ଆରମ୍ଭ କରିଛି । ରାଜଧାନୀର ସମସ୍ତ ଅର୍ଥାତ୍ ୬୭ ଟି ୱାର୍ଡରେ ସଫେଇ କାମ ଜାରି ରହିଛି । ଏଥିରେ ୫୧୬ ଟି ଗାଡି ସହ ୩ ହଜାର ସଫେଇ କର୍ମଚାରୀ ନିୟୋଜିତ ଅଛନ୍ତି । ତେବେ ଦୁଇ ଦିନ ମଧ୍ୟରେ ରାଜଧାନୀର ସଫେଇ କାମ ତ୍ୱରାନ୍ୱିତ କରି ରାସ୍ତାରେ ପଡି ରହିଥିବା ଗଛପତ୍ର ଉଠାଯିବ ବୋଲି ବିଏମସି ପକ୍ଷରୁ ସୂଚନା ଦିଆଯାଇଛି ।
ତେବେ ଫୋନିରେ ରାଜଧାନୀରେ ଅନେକ ସ୍ଥାନରେ ବଡବଡ ଗଛ ଉପୁଡିଯିବା ସହ ରାସ୍ତା ଉପରେ ଅନେକ ଅପରିଷ୍କାର ସାମଗ୍ରୀ ପଡିରହିଛି । ତେଣୁ ସ୍ୱାଭାବିକ ଭାବରେ ଯାତାୟତରେ ବାଧା ଉପୁଜିଛି । ତାହାକୁ ଦୃଷ୍ଟିରେ ରଖି ବିଏମସି ଯୁଦ୍ଧାକାଳୀନ ଭିତିରେ କାମ ଆରମ୍ଭ କରିଛି । ଖୁବଶୀଘ୍ର ରାଜଧାନୀକୁ ସ୍ୱାଭାବିକ କରିବା ପାଇଁ ବିଭିନ୍ନ ସ୍ଥାନରେ ଜୋରସୋରରେ ମଧ୍ୟ କାମ ଚାଲୁଛି । ଅଳ୍ପଦିନ ପରେ ପୁଣି ଥରେ ଭୁବନେଶ୍ୱର ପୂର୍ବପରି ପରିଷ୍କାର ହୋଇଯିବା ବୋଲି ବିଏମସି ପକ୍ଷରୁ ସୂଚନା ଦିଆଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/05/Screen-Shot-2019-05-09-at-10.39.39-AM.png)