କନକ ବ୍ୟୁରୋ : ସ୍ୱରେଜ ଲାଇନ୍ ତିଆରି ପାଇଁ ୱାଟକୋ ରାଜଧାନୀର ବିଭିନ୍ନ ଅଂଚଳରେ ରାସ୍ତା ଘାଟ ଖୋଳି ପକାଉଛି । ରାସ୍ତାରେ ସାରା ବେପରୁଆ ଭାବେ ଖୋଳାଯାଇଥିବାରୁ ପ୍ରତିଦିନ ଲୋକେ ବହୁ ଅସୁବିଧା ଭୋଗୁଛନ୍ତି । ସେହିଭଳି ଖାଲରେ ପଡି ଜଣେ ମହିଳା ଆହତ ହୋଇଥିବା ଜଣାପଡିଛି । ଖୋଳାଯାଇଥିବା ୧୦ଫୁଟ ଗାତରେ ମହିଳା ଜଣକ ଖସିପଡିଥିଲେ । ପିଲାକୁ ସ୍କୁଲରୁ ଆଣିବାକୁ ମହିଳା ଜଣକ ଯାଇଥିବା ବେଳେ ଶିବନଗରରେ ଖୋଳା ହୋଇଥିବା ସ୍ୱରେଜ ଖାଲରେ ପଡିଯାଇଥିଲେ । ବ୍ୟାରିକେଡ ନଥିବାରୁ ଭାରସାମ୍ୟ ହରାଇ ମହିଳା ଜଣକ ସ୍କୁଟି ସହ ଖସିପଡିଥିଲେ । ସ୍ଥାନୀୟ ଲୋକେ ମହିଳା ଜଣଙ୍କୁ ଉଦ୍ଧାର କରିବା ସହ ମେଡିକାଲରେ ଭର୍ତି କରିଥିଲେ । ଘଟଣା ପରେ ସ୍ଥାନୀୟ ଅଂଚଳରେ ଉତେଜନା ଦେଖିବାକୁ ମିଳିିଥିଲା । ଶିବନଗରରେ ବର୍ଷ ବର୍ଷ ଧରି ସ୍ୱରେଜ କାମ ହେଉଛି । ହେଲେ ସରିବାର ନାଁ ନାହିଁ । ରାସ୍ତା ସାରା ବେପରୁଆ ଭାବେ ଖୋଳାଯାଇଥିବାରୁ ଲୋକଙ୍କ ବିରୋଧ ବଢିଚାଲିଛି । ୱାଟକୋଟରୁ କାମ ପାଇଥିବା ଠିକାସଂସ୍ଥା ରାସ୍ତାକୁ ଖୋଳି ଦେଉଛି । ହେଲେ ମାସ ମାସ ବିତିଯାଇଥିଲେ ବି ରାସ୍ତାକାମ ସରିପାରୁନି । ଯାହାକୁନେଇ ଅସନ୍ତୋଷ ଦେଖିବାକୁ ମିଳିଛି ।

Advertisment