କନକ ବ୍ୟୁରୋ : ରାଜ୍ୟରେ କାଳବୈଶାଖୀ । ରାଜଧାନୀ ଭୁବନେଶ୍ୱର ସମେତ ବିଭିନ୍ନ ଜିଲ୍ଲାରେ ବର୍ଷାଲାଗି ରହିଛି । ସକାଳୁ ବର୍ଷା ଲାଗି ରହିଥିବାରୁ ଜନଜୀବନ ଏକ ପ୍ରକାର ଠପ ହୋଇଯାଇଛି । ଆକାଶ ମେଛାଚ୍ଚନ୍ନ ଥିବାରୁ ପାଗ କୋହଲା ରହିଛି । ତେବେ ୧୦ ଓ ୧୧ ତାରିଖରେ ଅଧିକ ବର୍ଷାର ସମ୍ଭାବନା ରହିଛି ।
ଗତ ୩ ଦିନ ହେଲା ରାଜଧାନୀରେ ଏପରି ପାଗ ଲାଗି ରହିଛି । ଆହୁରି ୫ ଦିନ ପର୍ଯ୍ୟନ୍ତ ଏପରି ପାଗ ଲାଗି ରହିବା ମାର୍ଚ୍ଚ ୧୫ ତାରିଖ ପରେ ତାପମାତ୍ରା ବଢିପାରେ । କେବେଳ ଭୁବନେଶ୍ୱର ନୁହେଁ ରାଜ୍ୟର ଅନେକ ସ୍ଥାନରେ ବର୍ଷା ହୋଇଛି । ପୁରୀ ଜିଲ୍ଲା ଅସ୍ତରଙ୍ଗରେ ମଧ୍ୟ ପ୍ରବଳ ବର୍ଷା ହୋଇଛି ।
ଏହା ସହ ଦେଖନ୍ତୁ ଏହି ଭିଡିଓ-
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/03/vlcsnap-2017-03-08-09h03m50s885.png)