ବରମୁଣ୍ଡା ବସଷ୍ଟାଣ୍ଡରେ ନାହିଁ କରୋନା କଟକଣା : ସରକାରଙ୍କ ଗାଇଡଲାଇନ ସତ୍ୱେ ହେଉନାହିଁ ଟେଷ୍ଟ

ସେପଟେ ସଂକ୍ରମଣ ବଢୁଥିବାରୁ, ଲକଡାଉନ ଆଶଙ୍କାରେ ଅନ୍ୟ ଜିଲ୍ଲା ଓ ରାଜ୍ୟକୁ ଫେରୁଛନ୍ତି ଶ୍ରମିକ

222

କନକ ବ୍ୟୁରୋ : ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଆଜି ରାଜ୍ୟରେ ୪ହଜାର ପାଖାପାଖି ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫ଶହ ୩୪ଜଣ ନୂଆ ସଂକ୍ରମଣ ଚିହ୍ନଟ ହୋଇଛନ୍ତି । ଏଥିପାଇଁ କରୋନା କଟକଣା କଡ଼ାକଡ଼ି ହୋଇଛି । ହେଲେ ରାଜଧାନୀ ଭୁବନେଶ୍ୱର ବରମୁଣ୍ଡା ବସଷ୍ଟାଣ୍ଡରେ କରୋନା କଟକଣାକୁ ଫୁ କରିଛନ୍ତି ପ୍ରବାସୀ । ବସଷ୍ଟାଣ୍ଡରେ କୌଣସି କୋଭିଡ଼ ଟେଷ୍ଟ ହେଉନି । ଲକଡ଼ାଉନ୍ ଭୟରେ ନିଜ ନିଜ ଜିଲ୍ଲା ଏବଂ ରାଜ୍ୟକୁ ଫେରୁଛନ୍ତି ଲୋକେ ।