କନକ ବ୍ୟୁରୋ: କୋଟିପତି ଗଣିତ ଅଧ୍ୟାପକଙ୍କ ଘରେ ଭିଜିଲାନ୍ସ ରେଡ । ଆୟ ବର୍ହିଭୂତ ସଂପତି ଠୁଳ ଅଭିଯୋଗରେ ଘରୋଇ କଲେଜର ଗଣିତ ଅଧ୍ୟାପକ ପ୍ରସନ୍ନ କୁମାର ମିଶ୍ରଙ୍କ ବାସଭବନ ସମେତ ୪ଟି ଯାଗାରେ ରେଡ ହେଉଚି । ଭୁବେନଶ୍ୱର ଖଣ୍ଡଗିରିବାରି ଥିବା ୩ ମହଲାର ବିରାଟ ଅଟ୍ଟାଳିକା, ନିର୍ମାଣ ହେଉଥିବା ୩ ମହଲା ଘର, ସୁନା ଗହଣା, ଗାଡି ଓ ବ୍ୟାଙ୍କ ଆକାଉଂଟକୁ ନେଇ ଖୋଳତାଡ଼ ଆରମ୍ଭ ହୋଇଛି । ପୈତୃକ ବାସଭବନ, ଘର, ନିର୍ମାାଣ ହେଉଥିବା ଘର ଓ କଲେଜକୁ ମିଶାଇ ମୋଟ ୪ ଟି ସ୍ଥାନରେ ଭିଜିଲାନ୍ସ ଚଢାଉ କରିଛି ।
ସେପଟେ, ଡାକ୍ତରଙ୍କୁ ଉଠାଇନେଲା ଭିଜିଲାନ୍ସ । ଲାଂଚ ଅଭିଯୋଗରେ ମାଲକାନଗିରି ପୋଡିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ମେଡିକାଲ ସୁପରିଟେଣ୍ଡେଂଟ ପାଣୁ ଚରଣ ମଣ୍ଡଳଙ୍କୁ ଗିରଫ କରାଯାଇଛି । ଗିରଫ କରି ତାଙ୍କୁ ଜୟପୁର ଭିଜିଲାନ୍ସ କାର୍ଯ୍ୟାଳୟକୁ ନିଆଯାଇଛି । ତାଙ୍କ ସହଯୋଗୀ ବିପିଏମ ଶ୍ରୀମନ୍ତ ଅତିବୁଦ୍ଧିଙ୍କୁ ମଧ୍ୟ ଅକ୍ଟୋବର ୨୦ ତାରିଖରେ ଗିରଫ କରିଥିଲା ଭିଜିଲାନ୍ସ । ଭଡାରେ ଲାଗିଥିବା ଏକ ବଲେରୋ ଗାଡିକୁ ଅର୍ଥ ପୈଠ କରିବାକୁ ୨୦ ହଜାର ଟଙ୍କା ଲାଂଚ ନେଇଥିବା ବେଳେ ସେହି ମାମଲାରେ ପାଣୁ ଚରଣଙ୍କ ସଂପୃତି ଥିବାରୁ ତାଙ୍କୁ ଗିରଫ କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/11/14-24.jpg)
/kanak/media/post_attachments/wp-content/uploads/2020/11/vlcsnap-2020-11-23-11h57m09s11.png)