କନକ ବ୍ୟୁରୋ : ଶାଶୂକୁ ବୋହୂର ନିର୍ଯାତନା । ରାଜଧାନୀସ୍ଥିତ ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ଜଣେ ବୋହୂ ତାଙ୍କ ଶାଶୂଙ୍କ ଗୋଡରେ ବେଡି ପକାଇଥିବା ଦେଖିବାକୁ ମିଳିଛି । ଦୀର୍ଘ ଦିନ ଧରି ବୋହୂ ଜଣଙ୍କ ତାଙ୍କ ଶାଶୂଙ୍କ ଗୋଡରେ ବେଡି ପକାଇଥିବା ଜଣାପଡିଛି । ଯାହାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ବୋହୂଟି ଝାଡୁରେ ମାଡ ମାରୁଥିବାର ଭିଡିଓ ସାମ୍ନାକୁ ଆସିଛି । ତେବେ ଖବର ପାଇ ମଞ୍ଚେଶ୍ୱର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି । ଅନ୍ୟପଟେ ପୋଲିସ ପହଞ୍ଚିବା ପରେ ଶାଶୂ ଗୋଡରୁ ବେଡି ଖୋଲି ଦିଆଯାଇଥିବା ଦେଖିବାକୁ ମିଳିଛି ।