କନକ ବ୍ୟୁରୋ : ଭୁବନେଶ୍ୱରରୁ ବାରଣାସୀ ଉଡିଲା ଦ୍ୱିତୀୟ ବିମାନ । ୱାଟର କ୍ୟାନନ ସହ ବାରଣାସୀରୁ ଆସିଥିବା ବିମାନକୁ ସ୍ୱାଗତ କଲା ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦର । ଏହା ସହିତ ଇଣ୍ଡିଗୋ ପକ୍ଷରୁ ଭୁବନେଶ୍ୱରରୁ ବାରଣାସୀ ବିମାନ ସେବା ଆରମ୍ଭ ହୋଇଯାଇଛି । ପୂର୍ବରୁ ଏୟାର ଇଣ୍ଡିଆ ଏହି ରୁଟରେ ବିମାନ ସେବା ଯୋଗାଇ ଦେଉଥିଲା । ଏବେ ଏଥିରେ ସାମିଲ ହୋଇଛି ଇଣ୍ଡିଗୋ । ଇଣ୍ଡିଗୋ ପକ୍ଷରୁ ଏକ ୭୨ ଆସନ ବିଶିଷ୍ଟ ବିମାନ ଏହି ରୁଟରେ ଉଡାଣ କରୁଛି ।
financialexpress.comବିମାନଟି ସଂଧ୍ୟା ୭ଟା ୩୫ରେ ବାରଣାସୀରୁ ବାହାରି ରାତି ୯ଟା ୨୫ରେ ଭୁବନେଶ୍ୱରରେ ପହଁଚିବ ।ସେହିପରି ଏଠାରୁ ରାତି ୯ଟା ୪୫ରେ ବାହାରି ରାତି ୧୧ଟା ୪୦ ମିନିଟରେ ବାରଣାସୀରେ ଅବତରଣ କରିବ । ଏହି ବିମାନଟି ପ୍ରତିଦିନ ଉଡାଣ କରିବ । ପ୍ରଥମ ଦିନରେ ବାରଣାସୀରୁ ୪୫ ଜଣ ଯାତ୍ରୀଙ୍କୁ ନେଇ ଏହା ଭୁବନେଶ୍ୱର ଆସିଥିବା ବେଳେ ୪୫ ଜଣ ଯାତ୍ରୀଙ୍କୁ ନେଇ ପୁଣି ବାରଣାସୀ ଗସ୍ତ କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/03/3-1.jpg)