କନକ ବ୍ୟୁରୋ : ଶେଷରେ ଆନ୍ଦୋଳନରୁ ଓହରିଲା ୟୁନିଟ୍ -୧ ପରିବା ବ୍ୟବସାୟୀ ସଂଘ । ଆସନ୍ତାକାଲିଠୁ ଆନ୍ଦୋଳନ କରିବାକୁ ଘୋଷଣା କରିଥିଲେ । କିନ୍ତୁ ବିଏମସି କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରିବା ପରେ ଆନ୍ଦୋଳନ ସ୍ଥଗିତ ରଖଛି ପରିବା ବ୍ୟବସାୟୀ ସଂଘ । ପାର୍ବଣ ସମୟରେ ମାର୍କେଟ ବନ୍ଦ ନକରିବାକୁ ପ୍ରଶାସନ ବାରମ୍ବାର ଅନୁରୋଧ କରିଥିଲା ।
ଏହା ପରେ ଆନ୍ଦୋଳନ ସ୍ଥଗିତ ରହିଛି ବୋଲି ୟୁନିଟ୍ -୧ କଞ୍ଚା ପରିବା ବ୍ୟବସାୟୀ ସଂଘ ସଭାପତି କବିରାଜ ସ୍ୱାଇଁ ସୂଚନା ଦେଇଛନ୍ତି । ଲକ୍ଷ୍ମୀ ପୂଜା ପରେ ପୁଣିଥରେ ବୈଠକ ବସିବ । ଏଥିରେ ମେୟର, ବିଧାୟକଙ୍କ ସହ ଆଲୋଚନା ହେବ ବୋଲି ସୂଚନା ରହିଛି । ସଂଘର ଦାବି ରହିଛି ଯେ ପରିବା ମାର୍କେଟକୁ ଆସିବାକୁ ଥିବା ରାସ୍ତାରୁ ଜବରଦଖଲ ହଟାଯାଉ । ପୂର୍ବଭଳି ବଡ ଗାଡିକୁ ଏହି ସବୁ ରାସ୍ତାରେ ପ୍ରବେଶ ପାଇଁ ଅନୁମତି ଦିଆଯାଉ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/10/234565-1.webp)